Odisha news

ଏନର୍ଜି ବୁଷ୍ଟର ଖଜୁରୀ : ରକ୍ତଚାପ ସନ୍ତୁଳନ ରଖିବା ସହିତ ହାର୍ଟ କୁ ରଖିଥାଏ ସୁସ୍ଥ

0

ଖଜୁରୀ କୁ ନିଜ ଭୋଜନ ରେ ସାମିଲ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ ଏହା ଆମେ ପ୍ରାୟ ସମସ୍ତେ ଜାଣିଛୁ l କିନ୍ତୁ ଏହାଦ୍ୱାରା କିଛିଟା ଚମତ୍କାର ଲାଭ ହୋଇଥାଏ ଯାହାକି ଆମକୁ ସୁସ୍ଥ ରଖିବାରେ ଗୋଟିଏ ବଡ଼ ଭୂମିକା ଗ୍ରହଣ କରେ ଏହା ହୁଏତ ଆମେ କେହି ଜାଣି ନାହୁଁ l ଏଥିରେ କ୍ୟାଲସିୟମ, ପୋଟାସିୟମ, ଵୈରଂ ଓ ଅନ୍ୟ ଜରୁରୀ ତତ୍ୱ ଭରପୁର ମାତ୍ରାରେ ରହିଥାଏ l ଯାହାକି ଆମ ଶରୀର କୁ ଅନେକ ଲାଭ ଦେଇଥାଏ l ତେବେ ଆଜି ଜାଣିବା ଖଜୁରୀ ଖାଇବାର ଚମତ୍କାର ଲାଭ ବିଷୟରେ l

– ଖଜୁରୀ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l  ଏଥିରେ ଥିବା ଫାଇବର ପେଟ କୁ ସଫା ରଖିବାରେ ସାହାଯ୍ୟ କରିଥାଏ l ଯଦି ଆପଣ କୋଷ୍ଠ କାଠିନ୍ୟ ସମସ୍ୟାର ସମୁଖୀନ ହେଉଛନ୍ତି ଓ ଆପଣଙ୍କ ପେଟ ସଫା ହେଉନାହିଁ ତେବେ ନିୟମିତ ରାତିରେ ଶୋଇବା ପୂର୍ବରୁ ୫ଟି ଖଜୁରୀ କୁ ଚୋବାଇ ଖାଇ ଉଷୁମ ପାନ ସାମାନ୍ୟ ପିଅନ୍ତୁ l

– ହାର୍ଟ ହେଲ୍ଥ ପାଇଁ ଖଜୁରୀ ଖୁବ ଲାଭ ଦାୟକ, ତେଣୁ ନିୟମିତ ପ୍ରାତଃ ଭୋଜନ ରେ ଖଜୁରୀ ସେବନ କରନ୍ତୁ l ଏହା କାର୍ଡିଆକ ଆରେଷ୍ଟ ରୁ ରକ୍ଷା କରିଥାଏ l

– ଉଚ୍ଚ ରକ୍ତଚାପ ରୋଗୀ ମାନେ ନିୟମିତ ଖଜୁରୀ କୁ ନିଜ ଆହାର ରେ ସାମିଲ କରନ୍ତୁ l  ଏହାଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଠିକ ରହିଥାଏ l  ରକ୍ତଚାପ ରୋଗୀ ମାନେ ମଧ୍ୟ ସକାଳ ଜଳଖିଆ ରେ ଖଜୁରୀ ସେବନ କରନ୍ତୁ l

– ଖଜୁରୀ ମସ୍ତିଷ୍କ ପାଇଁ ଖୁବ ହିତକର ଅଟେ l ଏହା ସ୍ମୃତି ଶକ୍ତି ବୃଦ୍ଧି କରି ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ l ତେଣୁ ଛୋଟ ପିଲା ମାନଙ୍କୁ ମଧ୍ୟ ନିୟମିତ ଖଜୁରୀ ଖାଇବାକୁ ଦିଅନ୍ତୁ l

– ଖଜୁରୀ କ୍ୟାଲସିୟମ ଓ ପୋଟାସିୟମ ରେ ଭରପୁର ଅଟେ l  ଏହାକୁ ମହିଳା ମାନେ ଦୁଗ୍ଧ ସହିତ ସେବନ କରିବା ଦ୍ୱାରା ସେମାନଙ୍କ ହାଡ଼ ମଜବୁତ ରହିଥାଏ ଓ ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

– ଯଦି ଆପଣ ରକ୍ତ ହୀନତାର ଶିକାର ହେଉଛନ୍ତି ତେବେ ନିୟମିତ ଖଜୁରୀ ସେବନ କରନ୍ତୁ l  ଏହା ଶରୀରରେ ହେମୋଗ୍ଲୋବିନ ସ୍ତର କୁ ନିୟନ୍ତ୍ରିତ କରିଥାଏ l

Leave A Reply