ଖଜୁରୀ ହେଉଛି କ୍ୟାଲସିୟମ, ଆଇରନ, ମଗ୍ନେଶୀୟମ, ଫସଫରସ, ଥାଇମିନ୍, ଭିଟାମିନ ଏ ଓ କେ ରେ ଭରପୁର ଅଟେ । ଖଜୁରୀ ରେ ଫ୍ଲେବୋନଏଡ୍ ଓ କେରୋଟନଏଡ୍ ଭଳି ପୌଷ୍ଟିକ ତତ୍ତ୍ଵ ମଧ୍ୟ ରହିଛି । ଖଜୁରୀ ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରି ଥାଆନ୍ତି । ଖଜୁରୀ କୁ ଶୀତ ଋତୁରେ ସୁପର୍ ଫୁଡ୍ ବୋଲି କୁହାଯାଇ ଥାଏ ।
ଶୀତ ଋତୁରେ କାହିଁକି ଖଜୁରୀ କୁ କୁହାଯାଏ ସୁପର୍ ଫୁଡ୍ ?
* ହାଡ ପାଇଁ ରାମବାଣ –
ଶୀତଋତୁରେ ପର୍ଯ୍ୟାପ୍ତ ପରିମାଣ ରେ ସୂର୍ଯ୍ୟଙ୍କ କିରଣ ଆମେ ପାଇ ନଥାଉ । କାରଣ ସୂର୍ଯ୍ୟଙ୍କ କିରଣ ରେ ଭିଟାମିନ ଡି ରହିଛି । ଯାହା ଆମର ହାଡ କୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଶୀତଋତୁ ରେ ହାଡ ଜନିତ ବିଭିନ୍ନ ସମସ୍ୟା କୁ ଦୁର କରିଥାଏ ଖଜୁରୀ ।
* ହୃତ୍ ପିଣ୍ଡକୁ ସୁସ୍ଥ ରଖିଥାଏ –
ଖଜୁରୀ ଅବିଶ୍ଵସନିୟ ଭାବରେ ଗୋଟିଏ ଏପରି ଖାଦ୍ୟ ଯାହା ହାର୍ଟ କୁ ସୁସ୍ଥ ରଖିଥାଏ । ଖଜୁରୀ ରେ ପୋଟାସିୟମ ଓ ଫାଇବର ଦୁଇଟି ଯାକ ଅଧିକ ମାତ୍ରାରେ ରହିଥାଏ, ଯାହା ଖରାପ୍ କୋଲେଷ୍ଟ୍ରାଲ୍ କୁ କମ୍ କରିବାରେ ସାହାଯ୍ୟ କରିଥାଏ । ଶୀତଋତୁ ରେ ହୃଦ୍ଘାତ ହେବାର ଅଧିକ ସମ୍ଭାବନା ରହିଥାଏ, କାରଣ ଶରୀରର ତାପମାତ୍ରା ହ୍ରାସ ହୋଇଥାଏ । ଖଜୁରୀ ଆମର ଧମନୀ ଗୁଡ଼ିକୁ ସୁସ୍ଥ ରଖିଥାଏ ଓ ବ୍ଲକେଜ୍ ହେବାକୁ ଦେଇ ନଥାଏ । ତେଣୁ ଶୀତଋତୁ ରେ ଖଜୁରୀ ଖାଇବା ଉଚିତ୍ ।
* ଉର୍ଜଆ ପ୍ରଦାନ କରିଥାଏ ଖଜୁରୀ –
ଖଜୁରୀ ରେ କାର୍ବୋହାଇଡ୍ରେଟ ମାତ୍ରା ଅଧିକ ରହିଥାଏ, ଏହା ଆମ ଶରୀରର ଶକ୍ତି ବୃଦ୍ଧି କରିବାର ଗୋଟିଏ ସ୍ରୋତ ଅଟେ । ଶୀତଋତୁ ରେ ଆମ ଶରୀରକୁ ଖଜୁରୀ ଗରମ୍ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଆପଣ ଏହାକୁ ଶୀତଦିନେ ସୁପର ଫୁଡ୍ ଭାବରେ ସେବନ କରିଥାଉ ।
* ତ୍ୱଚା ପାଇଁ ଲାଭ ଦାୟକ –
ଶୀତଋତୁରେ ଆମ ଚର୍ମ ଶୁଷ୍କ ହୋଇ ଯାଇଥାଏ । ଅତ୍ୟଧିକ ଥଣ୍ଡା କାରଣରୁ ଆମ ଚର୍ମ ପ୍ରାକୃତିକ ଚମକ୍ ହରାଇ ଥାଏ । ଯଦି ଆପଣ ନିୟମିତ ଭାବରେ ନିଜ ଖାଦ୍ୟରେ ଖଜୁରୀ ସାମିଲ କରିବେ ତେବେ ଏହା ଆପଣଙ୍କ ଚର୍ମ ର ଚମକ୍ ବୃଦ୍ଧି କରିଥାଏ । ଏଥିରେ ଥିବା ଭିଟାମିନ ସି ଓ ଡି ଚର୍ମ କୁ ସନ୍ତୁଳିତ ରଖେ ।

Comments are closed.