Odisha news

ନବ ନିଯୁକ୍ତ ୭୦ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା

0

ଖଇରା-୦୭/୦୯ : ବାଲେଶ୍ୱର ଜିଲ୍ଲା ଅଧୀନ ଖଇରା ବ୍ଲକର ୨୬ଟି ହାଇସ୍କୁଲରେ ନବ ନିଯୁକ୍ତ ୭୦ ଶିକ୍ଷକଶିକ୍ଷୟତ୍ରୀଙ୍କୁ ବୁଧବାର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନହଙ୍ଗ ସରକାରୀ ହାଇସ୍କୁଲ ପରିସରରେ ଓଷ୍ଟା ଖଇରା ମଣ୍ଡଳ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସ୍ଥାୟୀ ସଭାପତି ଦୀନବନ୍ଧୁ ଦାଶ ପୌରହିତ୍ୟ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ବିହାରୀ ପାଢୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଧର ବେହେରା,ଗୌରାଙ୍ଗ ମହାପାତ୍ର ଓ ହେମନ୍ତ ମିଶ୍ର ,ଜିଲ୍ଲା ସଭାପତି ବାଦଲ ପାତ୍ର,ପ୍ରାକ୍ତନ ଜିଲ୍ଲା ସଭାପତି ଜିତେନ୍ଦ୍ର ବେହେରା ଓ ପଦ୍ମଲୋଚନ ଦାଶ,ଭରତ ଚନ୍ଦ୍ର ଦାସ,ମହେଶ୍ୱର ପଣ୍ଡା,କାର୍ଯକାରୀ ସଭାପତି ରାଧାକାନ୍ତ ପଣ୍ଡା,ମହେନ୍ଦ୍ର କବି,ଈଶ୍ୱର ସାହୁ,ରାଜ୍ୟ କମିଟି ସଦସ୍ୟ ଶଚ୍ଚିଦାନନ୍ଦ ମହାପାତ୍ର,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜଶ୍ରୀ ରାଉତ,ଭାସ୍କର ମଲ୍ଲିକ ପ୍ରମୁଖ ଅତିଥି ଭାବେ ମଞ୍ଚ ଅଳଂକୃତ କରିଥିଲେ । ସମ୍ପାଦକ ଷଢାନନ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନବ ନିଯୁକ୍ତ ଶିକ୍ଷକଙ୍କ ଯୋଗଦାନ ବିଦ୍ୟାଳୟର ଶୈଖିକ ପରିବେଶକୁ ସୁଦୃଢ କରିବ ବୋଲି ଜିଲ୍ଲା ସଭାପତି ପାତ୍ର ପ୍ରକାଶ କରିଥିଲେ ।

Nalco
Leave A Reply