Odisha news

ଏକ ତରଫା ପ୍ରେମ ନିବେଦନରେ ବିଫଳ , ଯୁବକଙ୍କ ଉନ୍ମତ୍ତକାଣ୍ଡ ଛାତ୍ରୀଙ୍କ ଚୁଟି କାଟିଲା ; ଶୌଚାଳୟ ଭିତରେ ପୋଡି ମାରିଲା

0

ଖଇରା-୨୪/୦୭ : ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ରବିବାର ସକାଳେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବିବାହିତା ଯୁବକ ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ନାବାଳିକା ଛାତ୍ରୀ ଜଣକୁ ଏକ ଶୌଚାଳୟ ଭିତରକୁ ଟାଣିନେଇ କିରୋସିନି ଢାଳି ଜିଅନ୍ତା ପୋଡି ମାରି ଆରପାରିକୁ ପଠାଇ ଦେଇଛି । ଏଭଳିକି ମାରିବା ପରେ ଯୁବକ ଜଣକ କିଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ନିଳଗିରି ଏସଡିପିଓ ରିତେଶ ମହାପାତ୍ର ଓ ଖଇରା ଆଇଆଇସି ଗଣେଶ୍ୱର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକ ଦୟାନିଧି ଜେନା(୩୩)ଙ୍କୁ ଗିରଫ କରିବା ପରେ ଚିକିତ୍ସାପାଇଁ ପ୍ରଥମେ ଖଇରା ପରେ ବାଲେଶ୍ୱର ସ୍ଥାନାନ୍ତର କରିଛନ୍ତି ।

ମରିଥିବା ଛାତ୍ରୀର ମା ଲକ୍ଷ୍ମୀପ୍ରିୟା ଜେନାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(୧୯୭/୨୨) ରୁଜୁ କରି ଦୟାନିଧିଙ୍କ ପତ୍ନୀ ତିଳୋତ୍ତମା ଜେନାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ଝିଅ ଜ୍ୟେତ୍ସ୍ନା କୁରୁଣ୍ଟା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ବେଳେ ଦୟାନିଧିଙ୍କ ସ୍ତ୍ରୀ ତିଳୋତ୍ତମା ଙ୍କ ନିକଟରେ ଟିଉସନ ପଢୁଥିଲା । ଘଟଣାକ୍ରମେ ଦୟାନିଧି ଜ୍ୟୋତ୍ସାଙ୍କୁ ପ୍ରେମ ନିବେଦନ କରିବା ସହ ଶାରିରିକ ସମ୍ପର୍କ ରଖିବାକୁ ଚାହିଁଥିଲା । ହେଲେ ନାବାଳିକା ଛାତ୍ରୀ ଜଣକ ଏଥିରେ ରାଜି ହେଉନଥିଲା । ଏ ବିଷୟରେ ପରିବାର ଲୋକେ ଜାଣିବା ପରେ ୧ମାସ ପୁର୍ବରୁ ତାର ପରିବାର ଲୋକେ ଟିଉସନ ବନ୍ଦ କରି ଦେଇଥିଲେ । ରବିବାର ସକାଳେ ମାଙ୍କ ନିଦେ୍ର୍ଦଶରେ ଛାତ୍ରୀ ଜଣକ ଦୋକାନରୁ କିଛି ଜିନିଷ ଆଣିବାକୁ ଦୟାନିଧି ଙ୍କ ଘରଆଗ ରାସ୍ତା ଦେଇ ଯାଉଥିଲା ।

ଏତିକି ବେଳେ ବାଡ ନିକଟରେ ଲୁଚି ରହିଥିବା ଦୟାନିଧି ଜ୍ୟୋତ୍ସ୍ନାଙ୍କୁ ରାସ୍ତାରୁ ବଳପୂର୍ବକ ଟାଣିନେଇ ଶୌଚାଳୟ ଭିତରେ ବନ୍ଦ କରି ଚୁଟିକୁକାଟି ସାରିବା ପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା । ପରେ ନିଜେ କିରୋସିନୀ ଓ କିଟନାଶକ ଖଇ ଦେଇଥିଲା । ପାଟିଶୁଣି ପତ୍ନୀ ତିଳୋତ୍ତମା ଓ ଗ୍ରାମବାସୀ ମାନେ ଦୌଡିଆସି ଉଦ୍ଧାର କରିବା ବେଳକୁ ଛାତ୍ରୀ ଜ୍ୟେତ୍ସ୍ନା ଆଖି ବୁଜିସାରିଥିଲା । ରାଜ୍ୟ ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ଭାଜପା ନେତା ଇଂ ରାଜେଶ ମହାକୁଡ ଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ପୋଲିସ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ସହ ସ୍ଥାନୀୟ ଜନସାଧାରଣଙ୍କ ସ୍ୱରରେ ସ୍ୱର ମିଶାଇ ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀକୁ ଫାଶି ଦେବାକୁ ଦାବୀ କରିଛନ୍ତି । ଏଥିସହ ସାଇଣ୍ଟଫିକ ଟିମ ପହଞ୍ଚିବା ପୁର୍ବରୁ ପୋଲିସ ତରବରିଆ ଭାବେ ଶବକୁ ବ୍ୟବଛେଦ ପାଇଁ ପଠାଇବାକୁ ନେଇ ପୋଲିସ ଉପରେ ଅଙ୍ଗୁଳି ଉଠାଇଛନ୍ତି । ଏଥିସହ କୁରୁଣ୍ଟା ଅଞ୍ଚଳରେ ବ୍ୟାପକ ବେଆଇନ ମଦକାରବାର ଯୋଗୁଁ ଏହିଭଳି ବହୁ ଘଟଣା ଘଟୁଥିବାରୁ ତୁରନ୍ତ ଏହି ମଦ ବ୍ୟବସାୟ ବନ୍ଦ ପାଇଁ ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବୀ କରିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ମାନସ କୁମାର ଦାଶ,ସରପଞ୍ଚ ରଘୁନାଥ ଜେନା,ସମିତିସଭ୍ୟ କମଳିନୀ ମାଝି,ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ମହାନ୍ତି ଏଭଳିକି ଅଭିଯୁକ୍ତଙ୍କ ପତ୍ନୀ ତିଳୋତ୍ତମା ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି

Nalco
Leave A Reply