ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ଗ୍ରାମ ପଞ୍ଚାୟତ ଅଧୀନ ବେଗୁନିଆ ଗ୍ରାମରେ ଅଜଣା ରୋଗରୁ ବେକ ବାଙ୍କୁଥିବା ନାବାଳକ ଶଙ୍କର୍ଷଣ ବାରିକ(୭ବର୍ଷ) ପରିବାକୁ ଶୁକ୍ରବାର ଭେଟିଛନ୍ତି ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସରପଞ୍ଚ ପ୍ରତିନିଧି ମୋହନ ତିଆଡି,ସଞ୍ଜୟ ତିଆଡିଙ୍କ ସହ ଶଙ୍କର୍ଷଣ ଙ୍କ ପିତା କୈଳାସ ବାରିକ ଓ ମା ସୁମତୀ ବାରିକଙ୍କୁ ଭେଟି ଉପଯୁକ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ୍ ନେବାକୁ ପରାମର୍ଶ ଦେଇଥିଲେ । ଏମସ ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏଥିସହ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ କିଭଳି ପରିବାରକୁ ମିଳି ପାରିବ ସେଥିପାଇଁ ସରପଞ୍ଚ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।ଏଥିସହ ୧୦ହଜାର ଟଙ୍କାର ଆର୍ଥôକ ସହାୟତା ପ୍ରଦାନ କରିଥିଲେ । ପାଠପଢାରେ ଯେଭଳି ବାଧାସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ମାବାପା ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଏଠାରେ ପ୍ରକାଶ ଥାଉକି ଶଙ୍କର୍ଷଣ ବେକ ବଙ୍କୁଥିବା ନେଇ ଧରିତ୍ରୀରେ ଜୁଲାଇ ୪ତାରିଖରେ ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଛି