Odisha news

କର୍ମୀଙ୍କୁ ଏକଜୁଟ କରିବାକୁ ପ୍ରାଥମିକତା ଦେବେ

ଖଇରା-୦୯/୦୨-କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ବାଲେଶ୍ୱର ଜିଲାର ବଭିନ୍ନ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଖଇରା ବ୍ଲକ୍ର ବରିଷ୍ଠ ରାଜନୈତିଜ୍ଞ ଶରତ କୁମାର ଦାସଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ଏଥିଯୋଗୁଁ କଂଗ୍ରେସ କର୍ମୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ପୁଣି ଥରେ ଦଳ ଖଇରା ବ୍ଲକରେ ଶକ୍ତ ହୋଇ ଉଭା ହେବ ବୋଲି ୩୭ପଞ୍ଚାୟତର କର୍ମୀ ମାନେ ମତବ୍ୟକ୍ତ କରିଛନ୍ତି । ପୁରୁଣା କର୍ମୀ ମାନଙ୍କୁ ଦଳକୁ ଫେରାଇ ଆଣିବା ସହ ଦଳରେ ରହିଥିବା ପୁରୁଖା କର୍ମୀଙ୍କୁ ଏକଜୁଟ କରି ଦଳକୁ ପୁଣି ଥରେ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ପ୍ରାଥମିକତା ଦେବେ ବୋଲି ଶ୍ରୀ ଦାସ କହିଛନ୍ତି । ଶ୍ରୀ ଦାସ ୩ଥର ସରପଞ୍ଚ ୩ଥର ସମିତି ସଭ୍ୟ,୨ଥର ସେବା ସମବାୟ ସମିତିର ପରିଚାଳନା ବୋର୍ଡ ସଭାପତି ଭାବେ ବିଜୟୀ ହେବା ସହ ୧୯୯୭ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଉପାଧକ୍ଷ ପଦବୀରେ ରହିବାର ସାଧାରଣ ଲୋକଙ୍କ ଆସ୍ଥାଭାଜନ ଲାଭ କରିଥିଲେ ।

Comments are closed.