ଖଇରା : ଖଇରା ଥାନା ଗଡ଼ ପୋଖରୀ ପଞ୍ଚାୟତ ଅଧିନ ଶରତ ଗ୍ରାମର ଜନ୍ମେଜୟ ପଣ୍ଡା (୪୫)ଙ୍କର ସନେ୍ଦହ ଜନକ ଭାବେ ମୃତୁ୍ୟ ଘଟିଛି । ଶ୍ରୀ ପଣ୍ଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନେ୍ଦହ କରାଯାଉଛି ।
ଗ୍ରାମବାସୀମାନଙ୍କ କହିବା ଅନୁସାରେ ସୋମବାର ଦିନ ରାତିରେ ଜନ୍ମେଜୟ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସକାଳେ ଜନ୍ମେଜୟଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା ଜନ୍ମେଜୟ ନିକଟସ୍ଥ ଶାରୀଶୂଆ ପାହାଡ଼ର ବିଭିନ୍ନ ଖଣିରେ ସୁପରଭାଇଜର ଭାବେ କାମ କରି ଜୀବିକା ନିର୍ବାହ କରୁଥିଲେ । ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି ।
