ଖଇରା : ନୟାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ନୟାଖଣ୍ଡି, କଳମିଆଁ , ଦଧିବାମନପୁର, ଭିତରକନିକା, ଯୋଶିଆଁ, ଆମ୍ବଗଡ଼ିଆ, ସୁନ୍ଦରପୁର,ତୁରାଣିପଦା,କୋଚିଆ କୋଇଲି, ଗଡ଼, କଅଁଳଖୁଣ୍ଟା,ସରିଖିଆ,ବେଗୁନିଆ ଆଦି ଅଞ୍ଚଳକୁ ସ୍ଥାନୀୟ ସରପଞ୍ଚ ମମତା ବେହେରା ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ୨୫ ତାରିଖ ସକାଳ ୬ ଘଟିକାରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ଏହି ସଟ୍ଡାଉନ୍ ବଳବତ୍ତର ରହିବ ।
ଏହି ୪୮ଘଣ୍ଟା ମଧ୍ୟରେ ଜରୁରୀକାଳୀନ ସେବା ଜାରି ରହିବା ସହିତ ଔଷଧ ଦୋକାନ, ଓମ୍ଫେଡ଼ ପାର୍ଲର ଖୋଲା ରହିବ । ଏହି ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରପୁର,କଳମିଆଁ , କଅଁଳଖୁଣ୍ଟା, ବଡ଼,ତୁରାଣିପଦା ଆଦି ଗ୍ରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଘଟଣାକୁ ଦୃଷ୍ଟିରେ ରଖି ସରପଞ୍ଚ ଶ୍ରୀମତୀ ବେହେରା ତମାମ ପଞ୍ଚାୟତ ଅଞ୍ଚଳକୁ ୪୮ ଘଣ୍ଟାପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏବାବଦରେ ଶ୍ରୀମତୀ ବେହେରା ବାଲେଶ୍ୱର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ଖଇରା ବିଡ଼ିଓ,ଖଇରା ତହସିଲଦାର ଓ ଏସ୍ଡିପିଓ ନୀଳଗିରିଙ୍କୁ ଲିଖିତଭାବେ ଜଣାଇଛନ୍ତି ।
