ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅଧୀନ ବିବେକଭାରତୀ ସେବାଶ୍ରମର ଅନାଥ ପିଲା ମାନଙ୍କୁ ଭେଟିଛନ୍ତି ଗଣ୍ଡିବେଡ ସ୍ୱାଭିମାନ ମଞ୍ଚର ସଦସ୍ୟ ବୃନ୍ଦ । ପ୍ରତ୍ୟେକ ବର୍ଷ କୌଣସି ଆଶ୍ରମ ସ୍କୁଲର ପିଲା ମାନଙ୍କୁ ଭେଟି ସେମାନଙ୍କ ସହ କିଛି ମୁହୂର୍ତ୍ତ ବିତାଇବାକୁ ନିତିଗତ ନିଷ୍ପତ୍ତି ନେଇଥିବା ଏହି ମଞ୍ଚ ଚଳିତ ବର୍ଷ ଡଗରପଡାର ଏହି ଆଶ୍ରମ ସ୍କୁଲକୁ ଯିବାକୁ ନିର୍ଣ୍ଣୟ କରିଥିଲା । ରବିବାର ଦିନ ମଞ୍ଚର ସମ୍ପାଦକ ଳକ୍ଷ୍ମୀଧର ଶଙ୍ଖୁଆ,ସଂଯୋଜକ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଦସ୍ୟ ମାନେ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିବା ଅବସରରେ ପିଲାମାନେ ଶିଖିଥିବା ଯୋଗ ତଥା ନାଚଗୀତ ର ଯାଦୁ ଦେଖାଇଥିଲେ । କୋଷାଧକ୍ଷ ଗୌତମ ମହାପାତ୍ର,ସତ୍ୟସୁନ୍ଦର ରାଉଳ,ସପନ ମହାନ୍ତି,ଦିଗ୍ବିଜୟ ମହାକୁଡ,କରୁଣାକର ମହାନ୍ତି,ଜୀବନ ଜ୍ୟୋତି ଦାସ,ଶମ୍ଭୁନାଥ ଜେନା,ପ୍ରଶାନ୍ତ ନାୟକ,ଅକ୍ଷୟ ମହାରଣା,ଗୋବର୍ଦ୍ଧନ ମହାରଣା,ଅନିଲ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲୋ ଆଶ୍ରମର ସଞ୍ଚାଳକ ଗଣେଷାନନ୍ଦଜୀ ମହାରାଜ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା
Comments are closed.