କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ ରାଏ : ଝିଅ ର ବିବାହରେ ମାତାପିତାଙ୍କ ଦ୍ଵାରା ଦିଆ ଯାଇଥିବା ଉପହାର କୁ ଯୌତୁକ ଭାବରେ ଗଣା ଯିବ ନାହିଁ
ନୂଆଦିଲ୍ଲୀ : କେରଳ ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ଵାରା କୁହାଯାଇଛି ଯେ ଯୌତୁକ ନିଷେଧ ଅଟେ, କିନ୍ତୁ ଅଧିନିୟମ ୧୯୬୧ ଅନୁସାରେ ବିବାହ ସମୟରେ ଝିଅ ର କଲ୍ୟାଣ ପାଇଁ ପିତାମାତାଙ୍କ ଦ୍ଵାରା ଦିଆ ଯାଇଥିବା ଉପହାର କୁ ଯୌତୁକ ଭାବରେ ଧରା ଯିବ ନାହିଁ । ଗୋଟିଏ ଖଣ୍ଡ ପୀଠ ରେ ଆବେଦନକାରୀ ଙ୍କୁ ଶୁଣାଣି କରି ଏହି ମନ୍ତବ୍ୟ ଦେଇ ଥିଲେ । କୋଲମ୍ ଜିଲ୍ଲା ଯୌତୁକ ନିଷେଧ ଅଧିକାରୀଙ୍କ ଦ୍ଵାରା ଜାରୀ ଆଦେଶର ବିରୁଦ୍ଧରେ ଥୋଡିୟୂର୍ ବାସିନ୍ଦା , ଯିଏକି ବୋହୂର ମାତା ପିତାଙ୍କ ଦ୍ଵାରା ବୋହୂକୁ ଉପହାର ଭାବରେ ଦିଆ ଯାଇଥିବା ସୁନା ଗହଣା କୁ ଫେରାଇବା ପାଇଁ ଆଦେଶ ଦେଇଥିଲେ ।
ନିୟମ ଅନୁସାରେ ବୋହୂର ପିତାମାତା ଙ୍କ ଦ୍ଵାରା ଇଚ୍ଛା ଅନୁସାରେ ଦିଆ ଯାଇଥିବା ଉପହାର କୁ ଯୌତୁକ ଆକାରରେ ଗଣା ଯିବ ନାହିଁ । କିନ୍ତ୍ ସୁନାର ଅଭୂଷଣ ଯୌତୁକ ନୁହେଁ । ସେଥିପାଇଁ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଯୌତୁକ ଉପରେ ଅଧିକାର ଜମାଇବାର କୌଣସି ଅଧିକାର ନାହିଁ । ନ୍ୟାୟ ମୂର୍ତ୍ତି ଏମ ଆର୍ ଅନିତା ଯୌତୁକ ନିଷେଧ ଅଧିକାରୀ ଙ୍କ ଆଦେଶ କୁ ଖାରଜ କରି ଦେଇଛନ୍ତି । କାହିଁକି ନା ଏହା ସ୍ପଷ୍ଟ ଭାବରେ କୁହା ଯାଇ ନଥିଲା ଯେ କଣ ଅଧିକାରୀ ଯାଞ୍ଚ କରିଥିଲେ ନା ଠିକ୍ ରେ ତଥ୍ୟ ପ୍ରଦାନ କରିଥିଲେ ।
ମହିଳା ଜଣଙ୍କ ଦାବୀ କରିଥିଲେ ଯେ ବିବାହ ପାଇଁ ମିଳିଥିବା ୫୫ ସୋବାରେନ୍ ସୁନା ଅଳଙ୍କାର ତାଙ୍କୁ ଫେରାଇ ଦିଆଯାଉ । ଗହଣା ଗୋଟିଏ ସହକାରୀ ବ୍ୟାଙ୍କ୍ ଲକର୍ ରେ ରଖା ଯାଇଛି । ବୋହୂର ବିବାହ ସମୟରେ ମିଳିଥିବା ସୁନା ର ହାର ତାକୁ ଫେରାଇ ଦିଅ ଯିବ । ଏହାକୁ ନେଇ ମହିଳା ଜଣଙ୍କ ରାଜି ହେବା ପରେ ସମସ୍ତ ସମାଧାନ ହୋଇଥିଲା ।
