କେନ୍ଦୁଝର : ଶନିବାର କେନ୍ଦୁଝର ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ପ୍ରଶାସନ ଏବଂ କେନ୍ଦୁଝର ଉପଖଣ୍ଡ ପ୍ରଶାସନ ଆନୁକୂଲ୍ୟରେ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦୁଝର ଅଡିଟରୀୟମ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ପାଲା ଆଶିଷ ଠାକରେ ଗଣତନ୍ତ୍ର କୁ ସୁଦୃଢ କରିବାରେ ଭୋଟର ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କରିଥିଲେ। ଭୋଟର ମାନେ ଗଣତନ୍ତ୍ର ର ଶକ୍ତି ଓ ସାମର୍ଥ୍ୟ ତେଣୁ ଭାରତୀୟ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିବାରେ ଯୁବ ଭୋଟର ମାନେ ମହନୀୟ ଭୂମିକା ଗ୍ରହଣ କରିବାକୁ ସେ ଆହ୍ବାନ ଜଣାଇଥିଲେ। ଏ କ୍ଷେତ୍ର ରେ ଯେଉଁ ସାବାଳକ ମାନେ ଭୋଟର ତାଲିକା ରେ ନାମ ପଞ୍ଜିକରଣ କରିନାହାନ୍ତି କିମ୍ବା ଯେଉଁ ମାନଙ୍କୁ ଆଗାମୀ ୨୦୨୪ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକା ରେ ପଞ୍ଜିକରଣ କରାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ଏବଂ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଉଦବୋଧନ ଦେଇ ଭାରତ ର ନିର୍ବାଚନ କମିସନ ଏବଂ ଓଡିଶା ର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ପ୍ରେରିତ ମାର୍ଗ ଦର୍ଶିକା ଅନୁଯାଇ ଆୟୋଜିତ ପଥ ଉତ୍ସବ ର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ। ସୂଚନା ଯୋଗ୍ୟ ଯେ, ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀ ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ- ୨୦୨୪ ପ୍ରକ୍ରିୟା ଚଳିତ ମାସ ୨୭ ତାରିଖ ରୁ ଆରମ୍ଭ ହୋଇଛି ଏବଂ ଏହା ତା. ୯/୧୨/୨୦୨୩ ରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା ରେ ନାମ ପଞ୍ଜିକରଣ ସହ ତ୍ରୁଟି ସଂଶୋଧନ ସ୍ଥାନାନ୍ତରଣ ମଧ୍ୟ ହୋଇପାରିବ। ଏହି ପ୍ରକ୍ରିୟା ଅଫଲାଇନ ସହ ଅନଲାଇନ ମାଧ୍ୟମ ରେ ହୋଇପାରିବ। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ପୃଷ୍ଟି କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଡା. ମଧୁସ୍ମିତା ସାମନ୍ତରାୟ ଅତିଥି ଥିଲେ। ଡେପୁଟି କଲେକ୍ଟର କିରଣ କୁମାର ନାୟକ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଏଷ୍ଟାବ୍ଲିସମେଣ୍ଟ ଅଫିସର ସରୋଜ କୁମାର ସାହୁ, କର୍ମଚାରୀ ପ୍ରଭା ତେନ୍ଦୁ ନାଏକ, ମୁକ୍ତିକାନ୍ତ ପାତ୍ର, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ପ୍ରଦୀପ ନାଏକ ଏବଂ ସନ୍ତୋଷ କୁମାର ରଣା ପ୍ରମୁଖ ସମାରୋହ ଆୟୋଜନ ଓ ପରିଚାଳନା ରେ ସହଯୋଗ କରିଥିଲେ।