Odisha news

ଟ୍ରେନ୍ ଲାଇନ ଉପରୁ ଯୁବକର ମୃତ ଦେହ ଉଦ୍ଦାର : ହତ୍ୟା ସନ୍ଦେହ

0

କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ରେଳ ଷ୍ଟେସନ ନିକଟବର୍ତ୍ତି ଉକୁଚାବେଡ଼ା ନିକଟରେ ଆଜି ଟ୍ରେନ୍ ଲାଇନ ଉପରୁ ଜଣେ ଯୁବକର  ମୃତଦେହ କୁ ଉଦ୍ଧlର କରାଯାଇଛି l  ଯୁବକ ଜଣକଂ ର ନାମ ଜଗନ୍ନାଥ ପାତ୍ର ( ୩୨) l ଘର ଘଟଗାଁ ବ୍ଲକ୍ ଅନ୍ତର୍ଗତ ବାଲିପୋଖରୀ ଗ୍ରାମ ପଞ୍ଚାୟତ ର ଟାଙ୍ଗରତଳି ଗ୍ରାମରେ l ତେବେ ତାଙ୍କର ମୃତଦେହ  ଟ୍ରେନ୍ ଲାଇନ ଉପରେ ପଡିଥିବା ବେଳେ ମୁଣ୍ଡ ରୁ ଗଣ୍ଡି ଟି ଅଲଗା ହୋଇଯାଇଛି l ଖବର୍ ନେବାରୁ ଜଣାଯାଏ ଯେ ସେ ପଂଡାପଡ଼ା ଥାନା ଅନ୍ତର୍ଗତ ଟlଙ୍ଗିରି ଗ୍ରାମକୁ ସେ ବାହାଘରିଆ ଆସିଥିଲେ l ସେଠାରୁ ବରଯାତ୍ରୀ ଭାବେ ଉକଚାବେଡ଼ା ଗ୍ରାମକୁ କନ୍ୟା ଘରକୁ ସାଙ୍ଗ ମାନକଂ ସହିତ ଆସିଥିଲା l ତେବେ କେମିତି ଟ୍ରେନ୍ ଲାଇନ ଉପରେ ମୃତ୍ୟୁ ବରଣ କଲେ ତାହା ସନ୍ଦେହ ଘେରରେ l କେହି କେହି ଏହାକୁ ହତ୍ୟାକାଣ୍ଡ ବୋଲି କହୁଛନ୍ତି l ଶୁଣିବାକୁ ମିଳେ ବାହାଘରରେ ସେଠାରେ କୁଆଡେ କାହା ସହିତ ତାର ପାଟିତୁଣ୍ଡ ହୋଇଥିଲା l ତେଣୁ ପଂଡାପଡ଼ା ପୋଲିସ ବାପି ପାତ୍ର  ନାମକ ଜଣେ ଯୁବକ କୁ ସନ୍ଦେହରେ ଅଟକ ରଖିଛନ୍ତି l ମୃତକ ନିକଟରୁ ଦୁଇଟି ମୋବାଇଲ ଫୋନ ମିଳିଛି l ସେଥି ମଧ୍ୟରୁ ଗୋଟିଏ ଫୋନ୍ ବାପି ପାତ୍ର ର ବୋଲି ଜଣାପଡିଛି l ପୁଲିସ ବାପି ପାତ୍ର କୁ ପଚରା ଉଚୁରା କରୁଛନ୍ତି l ଏ ଖବରପାଇ ଯାଜପୁର ରେଲଵେ ପୁଲିସ, ସଦର ଥାନା ର ଏସ.ଡ଼ି.ପି.ଓ. ସମେତ  ସ୍ତାନିୟ ପୋଲିସ ଘଟଣାସ୍ତଳରେ ପହଂଚି ତଦନ୍ତ ଚାଲୁରଖିଛନ୍ତି l

Nalco
Leave A Reply