Odisha news

ଘଟଗାଁ ବ୍ଳକ ପୁରୁମୁଣ୍ଡା ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଲେ

0

କେନ୍ଦୁଝର : ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଳକ ପୁରୁମୁଣ୍ଡା ପଞ୍ଚାୟତର ସତାଦିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି ରେ ଯୋଗ ଦେବା ଜଣା ଯାଇଛି। ସୂଚନାଯୋଗ୍ୟ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଏହି ନିର୍ବାଚନ ମଣ୍ଡଳୀରୁ ପଞ୍ଚମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କର ଦୃଢ଼ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ପୁରୁମୁଣ୍ଡା ପଞ୍ଚାୟତର ବିଜେପି ଦଳର ପ୍ରଦୀପ କୁମାର ବେହେରା, ପ୍ରତାପ ନାୟକ, ବୋଲଖ ବିହାରୀ ନାୟକ, ହଳଧର କବାଟ, ଓ ହରିହର ପାତ୍ରଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ସେହି ବୋଲି କଂଗ୍ରେସ ଦଳର ପଞ୍ଚାନନ ସାହୁ, ଉମାକାନ୍ତ ନାୟକ, ଓ ନରତମ ବେହେରା ଙ୍କ ନେତୃତ୍ବରେ ବହୁ କଂଗ୍ରେସ କର୍ମୀ ଘଟଗାଁ ଠାରେ ବିଧାୟକ ଶ୍ରୀ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗ ଦେଇଛନ୍ତି। ଏଥି ସହିତ ଆଗାମୀ ଦିନରେ ଶହ ଶହ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି ଦଳରେ ଯୋଗ ଦେବେ ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଯଣା ଯାଇଛି। ବିଜେଡି ଦଳରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ବିଧାୟକ ଶ୍ରୀ ପାତ୍ର ଓ ଘଟଗାଁ ବ୍ଳକ ସଭାପତି ଓ କର୍ମ କର୍ତ୍ତା ମାନେ ଅଭିନନ୍ଦନ ଜଣାଇଛନ୍ତି।

Leave A Reply