କେନ୍ଦୁଝର : ଅନଧିକୃତ ଭାବେ ଜବରଦଖଲ କରି ଦୀର୍ଘ ବର୍ଷ ଧରି ମୁକୁନ୍ଦପୁର ପାଟଣା କାଠ ମିଲ୍ କୁ ଜବରଦଖଲ ଉଠାଇବା ପାଇଁ ଜିଲ୍ଳା ଶିଳ୍ପ ବିଭାଗ ତରଫରୁ ଘଟଗାଁ ତହସିଲଦାର ଙ୍କୁ ଚିଠି ନମ୍ବର ୭୧୭ ତାରିଖ ୨୩.୦୫.୨୦୨୩ରିଖ ରେ ଜଣାଇଛନ୍ତି ।ଏହି ଶିଳ୍ପ ବିଭାଗ ଜାଗାକୁ ଦୀର୍ଘ ବର୍ଷ ଧରି ମୁକୁନ୍ଦପୁରପାଟଣା ସରପଞ୍ଚ ବେଆଇନ ନିଲାମ କରିବା ସହ ଶିଳ୍ପ ବିଭାଗ ଘରକୁ ଭଡା ସୂତ୍ରରେ ଲଗାଇଛନ୍ତି ।
ଏହି ବାବଦକୁ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଓ ୱାର୍ଡ ମେମ୍ବର ମାନେ ସ୍ଥାନୀୟ ବିଧାୟକ ଙ୍କୁ ଅଭିଯୋଗ କରିଥଲେ। ଏହି ଅଭିଯୋଗ ଆଧାରରେ ବେଆଇନ୍ ନିଲାମ ରେ ଲଗାମ ଲାଗିଥିଲା । ଏହାପରେ ଶିଳ୍ପ ବିଭାଗ କେନ୍ଦୁଝର ଏହାର ତଦନ୍ତ କରି ଅନଧିକୃତ ଭାବେ ପ୍ଲଟ ନମ୍ବର ୧୦୨,୧୦୩,୧୦୪,୧୦୫,୧୦୬,୧୦୭,୧୦୮, ୧୦୯,୧୧୦, ୧୧୧ ଓ ୧୬୦୨ରେ ଜବରଦଖଲ କରିଥିବା ଦୋକାନ ଘର, ହାଟପିଣ୍ଡି, ନାବାର୍ଡ ଘର ଗୁଡିକରୁ ଜବରଦଖଲ କାରି ଙ୍କୁ ଉଛେଦ କରିବାକୁ ସ୍ଥାନୀୟ ତହସିଲ ଦାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଘଟଗାଁ ତହସିଲଦାର୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ଜୋର ଧରିଛି ।