ଗୋଳlବନ୍ଧ : ଘଟଗାଁ ଠାରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଘଟଗାଁ ଶାଖାର ନୂତନ ଘର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର ବିଶେଷ ଅତିଥି ଭାବେ ନିବନ୍ଧକ ସମବାୟ ସମିତି ସମୂହ ଓଡିଶା ଶ୍ରୀ ଉଦ୍ଧବ ମାଝି ଏବଂ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ କାନନ ବିହାରୀ ପହି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ଗୃହର ଶିଳାନ୍ୟାସ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଡିଆରଏସ ଶୁଭ୍ରକାନ୍ତ ତୁଙ୍ଗ,ଏ ଆର ସି ଏସ ଆନନ୍ଦପୁର ଅଜୟ କୁମାର ସେଠି, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ଜେନା, ସମବାୟ ନିର୍ଦେଶକ ରଶ୍ମିରେଖା ଚକ୍ର, ମହେନ୍ଦ୍ର କୁମାର ନାଏକ, ମାଧବାନନ୍ଦ ପୃଷ୍ଟି,ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ସମବାୟ ବ୍ୟାଙ୍କ ଘଟଗାଁ ଶାଖାର ପରିଚାଳକ ଓ କର୍ମଚାରୀ ସହଯୋଗ କରିଥିଲେ l