କେନ୍ଦୁଝର : ୨୦୧୩ ମସିହା ରେ ଘଟଗାଁ ତାରିଣୀ ପାଲାମଣ୍ଡପ ଚତୁର୍ପାଶ୍ୱ କୁ ଉନ୍ନତି କରଣ କରାଯାଇଥିଲା। ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁବିଧା କୁ ନଜର କରି ଜିନ୍ଦଲ କମ୍ପାନୀ ଏଠାରେ ଏକ ଶୌଚାଳୟ, ଯାତ୍ରିବିଶ୍ରାମ ଗାର ଓ ପାନୀୟ ଜଳର ସୁବିଧା କରିଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ପଞ୍ଚାୟତକୁ ଦାୟିତ୍ଵ ଦିଆଯାଇଥିଲା ।ତେବେ ସରପଞ୍ଚ ସମସ୍ତ ବସ ଗୁଡିକୁ ପାଲା ମଣ୍ଡପ ଦେଇ ନେବାକୁ ଘରୋଇ ବସ ସଂଘକୁ ଅନୁରୋଧ କରିଥିଲେ।ଏଥିରେ କୌଣସି ଅସୁବିଧା ନାହିଁ ଭାବି ସଙ୍ଘ ରାଜି ହୋଇଥିଲେ।କ୍ରମେ ଲକ୍ଷ୍ମୀ ପୂଜା ପାଇଁ ୫ଟଙ୍କା, ତ୍ରିନାଥ ମେଳା ପାଇଁ ୩ଟଙ୍କା ଓ ସଫେଇ ବାବଦକୁ ୨ଟଙ୍କା ସହ ସମୁଦାୟ ପ୍ରତ୍ୟକ ବସ ୧୦ଟଙ୍କା ଦେବାକୁ ବସ ଗୁଡିକୁ ବାଧ୍ୟ କରିଥିଲେ ।ଏହି ନିଷ୍ପତି ବିରୁଦ୍ଧରେ ସ୍ୱର ଉଠାଇବାକୁ କେହି ସାହାସ କରିନଥିଲେ,କ୍ରମେ ଏହି ଜୁଲମ ବଢି ୧୦ଟଙ୍କାରୁ ୧୫ ଓ ୧୫ରୁ ୨୦ଟଙ୍କା ହେଲା।ଦୀର୍ଘ ୧୦ବର୍ଷ ପରେ କୌଣସି ପୂଜା କମିଟି କୁ ଟଙ୍କାଟିଏ ନଦେବା ବିଭିନ୍ନ କମିଟି ର ସଦସ୍ୟ ମାନଙ୍କୁ ଆଚମ୍ବିତ କରିଥିଲା,ସେମାନେ ସେତେବେଳକୁ ବୁଝି ସାରିଥିଲେ କି ଆମ ନାମ କୁ ବ୍ୟବହାର କରି ଟଙ୍କା ଆଦାୟ ଏକ ଚାଲ ଥିଲା । ତେବେ ଦୀର୍ଘ ଦିନପରେ ସରକାରଙ୍କ ର ଏକ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି।ଏଣୁ ଘଟଗାଁ ଘରୋଇ ବସ ସିଣ୍ଡିକେଟ ବିଡ଼ିଓ ଘଟଗାଁ ଙ୍କୁ ଲିଖିତ ଜଣାଇଥିଲେ କି ଏବେଠାରୁ ବସ ଗୁଡିକ ମୁଖ୍ୟ ରାସ୍ତାରେ ଯିବ ଘରୋଇ ବସ ଗୁଡିକ ଠାରୁ ଏପରି ବେଆଇନ ଟଙ୍କା ଆଦାୟ ବନ୍ଦ କରାଯାଉ।ଏବେ ବସ ମାଲିକମାନେ ଶୋଷଣରୁ ମୁକ୍ତି ପାଇଛନ୍ତି,ତେବେ ବସ୍ ମାଲିକ ସଂଘର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଯଥା ଦୈନିକ ମୁଖ୍ୟ ରାସ୍ତା ସଫେଇ,ମାଗଣା ଜଳଛତ୍ର ଆଦିରେ ପ୍ରସଂଶା ସାଉଁଟିଛନ୍ତି।ଏବେ ଘାଟଗାଁ ବଜାରରେ ଥିବା ଶୌଚାଳୟ କୁ ଆମକୁ ହସ୍ତାନ୍ତର କଲେ, ମାଗଣା ରେ ଭକ୍ତ ମାନଙ୍କୁ ସୁବିଧା ଦେଇ ନିଜେ ଏହାର ରକ୍ଷାଣା ବେକ୍ଷଣ କରିବାକୁ ଘଟଗାଁ ବିଡ଼ିଓ ଙ୍କୁ ଲିଖିତ ଜଣାଇଛନ୍ତି।ଏଭଳି ମହାନ କାର୍ଯ୍ୟ କୁ ହାତକୁ ନେବାର ମନବୃତି କୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରସଂଶା କରୁଛନ୍ତି ।ତେବେ ବ୍ଲକ ପ୍ରଶାସନ ଓ ପୂର୍ତ୍ତ ବିଭାଗ ଅଧିକାରୀ ମିଳିତ ଭାବେ ଆଲୋଚନା କରି ଉକ୍ତ ଶୌଚାଳୟକୁ ବସ ସିଣ୍ଡିକେଟ ଘଟଗାଁକୁ ମାଗଣା ସେବା ଯୋଗାଇବା ପାଇଁ ଦାଇତ୍ୱ ଦେବାକୁ ସାଧାରଣରେ ଦାବି ଜୋର ଧରିଛି।