ସ୍ଥାୟୀ ନିଯୁକ୍ତି ଦାବିରେ କେନ୍ଦୁଝର ପୌରପାଳିକା କଲ୍ୟାଣ ମଣ୍ଡପରେ ଅଉଟ୍ ସୋର୍ସିଂ କର୍ମଚାରୀଙ୍କ ଜିଲା ସ୍ତରୀୟ ସମାବେଶ ,ନଭେମ୍ବର ୨୬ରେ ଆନ୍ଦୋଳନ ପାଇଁ ଚେତାବନୀ
କେନ୍ଦୁଝର : ଗତ ଅକ୍ଟୋବର ୧୫ ତାରିଖ ଦିନ ମାନ୍ୟବର ମୂକ୍ଷମନ୍ତ୍ରୀ ରାଜ୍ୟରେ ଚୁକ୍ତିଭିତକ ନିଯୁକ୍ତି କୁ ବନ୍ଦ କରିବା ସହ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ଘୋଷଣା କରିବା ସମୟରେ ଆଉଟସୋର୍ସିଂ କର୍ମଚାରୀମାନଙ୍କ ବିଷୟ ରେ ଭୁଲିଗଲେ , ତେଣୁ ଆଜି ଜିଲ୍ଲାର ଯେତେ ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ ପାର୍କଲାଇନ୍ ସ୍ଥିତ ପୌରପାଳିକା କଲ୍ୟାଣ ମଣ୍ଡପରେ ସ୍ଥାୟୀ ନିଯୁକ୍ତି ପାଇଁ ଏକ ବୈଠକର ଆୟୋଜନ କରିଥିଲେ । ଜିଲା ଆଉଟ୍ ସୋର୍ସିଂ ସଂଘର . ସଭାପତି ଅଭିମନ୍ୟୁ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ଶତାଧିକ କର୍ମଚାରୀ ଏକତ୍ରିତ ହୋଇ ସର୍ବସମ୍ମତି କ୍ରମେ ଆସନ୍ତା ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅଫିସ୍ ରେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ନିଷ୍ପତି ନେଇଥିବା ବେଳେ ନଭେମ୍ବର ୨୦ ତାରିଖ ଭିତରେ ସରକାର କୌଣଶି ନିଷ୍ପତି ନନେଲେ ବାଧ୍ୟ ହୋଇ ଆସନ୍ତା ୨୬ ତାରିଖରେ ରାଜ୍ୟର ସମସ୍ତ ଆଉଟ୍ ସୋର୍ସିଂ କର୍ମଚାରୀ ମହାତ୍ମାଗାନ୍ଧୀ ମାର୍ଗରେ ତାଙ୍କର ଶକ୍ତି ପ୍ରଦର୍ଶନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
