Odisha news

ସ୍କୂଲ ଛାତର ପ୍ଲାଷ୍ଟର ଖସି ଜଣେ ଛାତ୍ର ଏବଂ ୬ ଛାତ୍ରୀ ଆହତ

0

ଢ଼େଙ୍କିକୋଟ ତା ୨୯. ୯ =କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ପରୀକ୍ଷା ଚାଲିଥିବା ସମୟରେ ଘଟିଯାଇଛି  ଅଘଟଣ | ସ୍କୁଲ୍ ଛାତ ରୁ ପ୍ଲାଷ୍ଟର ଖସି ଜଣେ ଛାତ୍ର ଏବଂ ୬ ଛାତ୍ରୀ ଆହାତ ହୋଇଛନ୍ତି | ଆହତ ଛାତ୍ରଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି  | ମିଳିଥିବା ସୂଚନା ଅନୁଯାୟୀ ସ୍କୁଲର ଉକ୍ତ ଶ୍ରେଣୀ ଗୃହଟି ଦୀର୍ଘଦିନ ହେଲା ଅସୁରକ୍ଷୀତ ହୋଇ ପଡିରହିଥିଲା l ଏ ସଂକ୍ରାନ୍ତରେ ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ବାରମ୍ବାର ବି.ଇ.ଓ ଙ୍କୁ ନୂତନ ଶ୍ରେଣୀ ଗୃହ ପାଇଁ ଲିଖିତ ଭାବେ ଜଣାଇଥିଲେ l ହେଲେ ନୂତନ ଗୃହ ହୋଇପାରିନଥିଲା କିମ୍ବା ପୁରାତନ ଗୃହଟି ଠିକ୍ ସେ ମରାମତି ହୋଇନଥିଲା |  ଧର୍ମ କୁ ଆଖିଠାର ସଦୃଶ୍ୟ ଗତ ୧୫ ଦିନ ତଳେ ବଡଜାମୁପଶି ପଂଚାୟତ ତରଫରୁ ଉକ୍ତ ଅସୁରକ୍ଷିତ ଶ୍ରେଣୀଗ୍ରୁହଟିର ନିମ୍ନମାନର ମରାମତି କାମ ହୋଇଥିଲା l ତେଣୁ ଆଜି ଏଭଳି ଘଟଣା ଘଟିଥିବା  ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି | ବର୍ତମାନ ଭୟରେ ପିଲାମାନେ ବିଦ୍ୟାଳୟ କୁ ପାଠ ପଢିବାକୁ ଯିବାକୁ ରାଜି ହେଉନାହାନ୍ତି l ଅଭିଭାବକ ମାନକଂର ମନରେ ଅସନ୍ତୋଷ ବଢିଚାଲିଛି l ସରକାର ପିଲା ମାନଙ୍କ ପାଠପଢା ଓ ଭବିଷ୍ୟତ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କଲାବେଳେ ସବୁ ବାଟମାରଣା ରେ ଯାଉଛି ବୋଲି ସ୍ତାନିୟ ଗ୍ରାମବାସୀ ପ୍ରକାଶ କରୁଛନ୍ତି l ତେଣୁ ତୁରନ୍ତ ବିଦ୍ୟାଳୟ ଶ୍ରେଣୀ ଗୃହର ସଠିକ୍ ମରାମତି ଓ ନୂତନ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ନଚେତ ଆଗାମୀ ଦିନରେ ବିଦ୍ୟାଳୟ ଗେଟ୍ ରେ ତାଲା ପଡିବ ବୋଲି ଶୁଣିବାକୁ ମିଳୁଛି l

Nalco
Leave A Reply