କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟାପଡ଼ା ଠlରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗି ଠାରେ ପବିତ୍ର ଭାଗବତ୍ ଜନ୍ମ ଉଚ୍ଛବ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ପବିତ୍ର ଭାଗବତ୍ ଗ୍ରନ୍ଥର ପୂଜନ,ଭଜନ,କୀର୍ତନ,ଭାଗବତ ଗ୍ରନ୍ଥ ପଠନ,ଆଲୋଚନା ଚକ୍ର ଓ ପ୍ରସାଦସେବନ କାର୍ଯ୍ୟକ୍ରମ ମାଧ୍ୟରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି l ଶ୍ରୀଯୁକ୍ତ ଦେବବ୍ରତ ପଣ୍ଡା ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା କୁଂ ପୂଜନ ପରେ ପବିତ୍ର ଭାଗବତ ଗ୍ରନ୍ଥର ପୂଜନ କରିଥିଲେ l ଶ୍ରୀଯୁକ୍ତ ଗୌରୀଶଂକର ପଣ୍ଡା ଭାଗବତ ପାଠ କରିଥିଲେ l ଭାଗବତ ଟୁଙ୍ଗି ର ତତ୍ୱାବଧାକ ଶ୍ରୀଯୁକ୍ତ ଜୟଦେବ ପଣ୍ଡା ଭାଗବତ ଗ୍ରନ୍ଥ ର ସୃଷ୍ଟି , ଓ ତାର ନିତ୍ୟ ପଠନ ଓ ଶ୍ରବଣ ରେ କିପରି ସୁସ୍ଥ ଓ ଶୃଂଖଳିତ ସମାଜ ଗଠନରେ ସହାୟକ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ପୁର୍ବକ ଭାଗବତ ପାଠକରି ସଭିଙ୍କୁ ଶୁଣାଇଥିଲେ l କାର୍ଯ୍ୟକ୍ରମ ରେ ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗି ଖୁଣ୍ଟାପଡ଼ା ଓ ଶ୍ରୀ ନୃସିଂହ ନାରୟଣ ଭାଗବତ ଟୁଙ୍ଗି ସାନ୍ତରାପୁର ର ମିଳିତ ଉଦ୍ୟମରେ ସଭିଏଁ ସହଯୋଗ କରିଥିଲେ l ତତ ସହିତ ଖୁଣ୍ଟାପଡ଼ା, ସାନ୍ତରାପୁର ଗ୍ରାମର ଅନେକ ବରିଷ୍ଠ ଓ କନିଷ୍ଠ ଭାଗବତ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ତିତ ଥିଲେ l ସେମାନଙ୍କର ସହଯୋଗରେ ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇପାରିଥିଲା l
