କେନ୍ଦୁଝରର : ଘଷିପୁରା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର କାର୍ଯ୍ୟ କରିବା ପାଇଁ ନେତ୍ରୁ ବୃନ୍ଦ ଓ କର୍ମୀ ଙ୍କ ମଧ୍ୟରେ ସେତେ ଉତ୍ସାହ ବଢ଼ି ଚାଲିଛି, ବରିଷ୍ଠ ବିଜେଡି ନେତା ଦେବାଶିଷ ପତ୍ର ଙ୍କ ଆହ୍ବାନ କ୍ରମେ ଘଷିପୁରା ବ୍ଲକ ର ହଜାର ହଜାର କର୍ମୀ ଏବେ ନିର୍ବାଚନ ପ୍ରଚାର ରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରି ନିର୍ବାଚନ ମଇଦାନ କୁ ଆଗେଇ ଆସିଥିବା ଦେଖା ଯାଇଛି । ଘଷିପୁରା ବ୍ଲକ ଅନ୍ତର୍ଗତ ବାଲିପାଳ ହାଟ ପଡ଼ିଆରେ ବିଜେଡି ଦଳ ପକ୍ଷ ରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମ ରେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗ ନେଇ କହିଥିଲେଯେ ନବୀନ ସରକାର କର୍ମବୀର ସରକାର ଯାହା କହନ୍ତି ତାହା କରନ୍ତି ରାଜ୍ୟ ର ଆବାଳ ବୃଦ୍ଧ ବନିତା ଙ୍କ ପାଇଁ ଜନ୍ମ ଠାରୁ ମୃତପର୍ଯ୍ୟନ୍ତ ସମସ୍ତ ପ୍ରକାର ବଞ୍ଚିବାର ଆବଶ୍ୟକୀୟ ସାହାଯ୍ୟ ସହାନୁଭୂତି ଯୋଗାଇଦେବା ରୁ ସଫଳ ହୋଇଥିବାରୁ ଦୀର୍ଘ ୨୫ ବର୍ଷ ସରକାର ଗଠନ କରି ୨୬ ବର୍ଷ ରେ ପଦାର୍ପଣ କରିବାକୁ ଯାଉଛୁ। ଆପଣମାନେ ସମସ୍ତେ ଏକଜୁଟ ହୋଇ ଘସିପୁରା ବ୍ଲକ ର ସର୍ବାଧିକ ଭୋଟ ବ୍ୟବଧାନ ରେ ବିଜୟ ହେବାପାଇଁ ପ୍ରତିଜ୍ଞା ବଧ ହୁଅନ୍ତୁ। ଅନ୍ୟାକର୍ମୀମାନଙ୍କୁ ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବାବଦ ରେ କର୍ମୀଙ୍କୁ ଅବଗତ କରନ୍ତୁ ବୋଲି ବିଧାୟକ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ। ଘସିପୁରା ନିର୍ବାଚନ ମଣ୍ଡଳୀ ଇତିହାସ କୁ ବଞ୍ଚାଇ ରଖିବା ସହିତ ବଦ୍ରି ସାର ଙ୍କୁ ବିଜୟୀ କରାଇବାକୁ ଯୁବକ, ଛାତ୍ର, ମହିଳା ମାନଙ୍କୁ ନିବେଦନ କରିଥିଲେ, ଏହି ସମାବେଶ ରେ ବରିଷ୍ଠ ବିଜେଡି ନେତା ସତ୍ୟରଞ୍ଜନ ଭୂୟାଁନୂତନ ଭାବେ ଯୋଗ ଦେଇଥିବା ଯୁବ ବିଜେଡି ନେତା ସଞ୍ଜୟ ଜେନା, ସରପଞ୍ଚ ପ୍ରତିମା ଜେନା ମାନସୀ ମହାରଣା, ବିଜେଡି ନେତା ଗଦାଧର ନୈକ, ମନ୍ନଥ ଜେନା, ବିଜୟ ଦାସ, ନରୋତ୍ତମ ଜେନା ରତ୍ନାକର ଜେନା, ପର୍ଶୁରାମ ମହାରଣା, ମଙ୍ଗୁଳି ପୃଷ୍ଟି, ମଧୁସୂଦନ ସାହୂ, ପ୍ରାଣନାଥ ବାରିକ, କେସବ ପାତ୍ର, ଆଲୋକ ମାଝୀ ପ୍ରଭୁତି ଶତାଧିକ ବିଜେଡି ନେତୃବୃନ୍ଦ ଯୋଗ ଦେଇଥିଲେ।
