Odisha news

ଯୋଡା ମହିଳା ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ     

0

କେନ୍ଦୁଝର :- କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଅନ୍ତର୍ଗତ ଯୋଡା ମହିଳା ବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ରାଜ୍ଯ ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୁବ ଗୋଷ୍ଠୀ ଙ୍କୁ ଯୋଡି ରାଜ୍ଯ ବିକାଶ ର ସହାୟକ ହେବାର ଯୋଜନା ରଖାଯାଉଛି,ଏହି କାର୍ଯ୍ୟକ୍ରମ ନଭେମ୍ବର ମାସ 25 ତାରିଖ ଠାରୁ ଆରମ୍ଭ ହୋଇ ଡିସେମ୍ବର 23 ତାରିଖ ରେ ସରିବ ବୋଲି ମହିଳା ବିଦ୍ୟାଳୟ ଅଧ୍ୟକ୍ଷା ମୃଦୁଳା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ବର୍ଗ ଓ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ପ୍ରଗତି ରେ ଅଂଶୀଦାର କରିବା ପାଇଁ ଯୁବ ବର୍ଗ ଙ୍କ ମଧ୍ୟରେ ଖେଳ କୁଦ, ସାମାଜିକ ବ୍ୟବସ୍ଥା, ସାମାଜିକ ଦାୟିତ୍ଵ, ସାଂସ୍କୃତିକ କାର୍ଯ୍ୟ ରେ ଭାଗୀଦାର କରି ବୌଦ୍ଧିକ, ସାଂସ୍କୃତିକ, ସାମାଜିକ ଅଭିବୃଦ୍ଧି କରିବା ସହ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ହେଉଥିବା ଜଣାପଡ଼ିଛି, ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଖେଳ କୁଦ ପ୍ରତିଯୋଗୀତା , ସାମାଜିକ କାର୍ଯ୍ୟକ୍ରମ, କଳା କୃତି ର ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା, ଡିସେମ୍ବର 23 ତାରିଖ ରେ ଏହି କାର୍ଯ୍ୟକ୍ରମର ଶେଷ ଦିବସ ଥିବାବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ

Leave A Reply