ବୋରିଗୁମ୍ମା (K.sakil Dora)– ମହାମାରୀ କରୋନା ଭାଇରସ ଯୋଗୁଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟରେ ମେ ‘ ୧୭ ତାରିଖ ପର୍ଯ୍ୟନ୍ତ ଲକ ଡାଉନ କରାଯାଇଛି। ଇତି ମଧ୍ୟରେ ରାଜ୍ୟ ସରକାର ଅସହାୟ ଗରୀବ ତଥା ସାଧାରଣ ଲୋକଙ୍କ ପାଇଁ ଅନେଜ ଯୋଜନା ର ଘୋଷଣା କରିଛନ୍ତି।ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି ଶ୍ରମିକ ମାନଙ୍କ ପାଇଁ ସାମାଜିକ ଦୂରତା ରଖି କେନ୍ଦୁପତ୍ର ତୋଳିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବୋରିଗୁମ୍ମା କେନ୍ଦୁପତ୍ର ରେଞ୍ଜ ରେ ଏପ୍ରିଲ , ୨୪ ତାରିଖ ରୁ ଶ୍ରମିକ ମାନଙ୍କ ଠାରୁ କେନ୍ଦୁପତ୍ର କିଣିବା ଆରମ୍ଭ କରିଛନ୍ତି।କେନ୍ଦୁପତ୍ର ତୋଳାଳୀ ଶ୍ରମିକ ମାନେ ସାମାଜିକ ଦୂରତା କୁ ରଖିବା ସହ ମାସ୍କ ପିନ୍ଧି କେନ୍ଦୁପତ୍ର ତୋଳିଛନ୍ତି।
କେନ୍ଦୁପତ୍ର ବିଭାଗ ପକ୍ଷରୁ ଶ୍ରମିକ ମାନଙ୍କୁ ସାବୁନ ଦେବା ସହ ସେମାନଙ୍କୁ ସଚେତନ କରାଯାଇଛି। ବୋରିଗୁମ୍ମା କେନ୍ଦୁପତ୍ର ରେଞ୍ଜ ଅଧୀନରେ ଏପର୍ଯ୍ୟନ୍ତ ୨୧ଲକ୍ଷ କେରୀ(କେନ୍ଦୁପତ୍ର ବିଡା )କେନ୍ଦୁପତ୍ର ତୋଳାଳି ଶ୍ରମିକ ଙ୍କ ନିକଟରୁ କିଣିଛନ୍ତି। ବୋରିଗୁମ୍ମା ଓ କୋଟପାଡ଼ ବ୍ଲକ କୁ ନେଇ ବୋରିଗୁମ୍ମା କେନ୍ଦୁପତ୍ର ରେଞ୍ଜ ଗଠିତ। ବୋରିଗୁମ୍ମା ସେକ୍ସନ ରେ ୧୭୭୪ ଜଣ, କାମତା ସେକ୍ସନ ରେ ୨୧୨୫ ଜଣ, କୋଟପାଡ଼ ବ୍ଲକ ମିରିଗୁଡା-ଏ ରେ ୯୯୨ ଜଣ ଓ ମିରିଗୁଡା-ବି ରେ ୭୦୦ ଜଣ କେନ୍ଦୁପତ୍ର ତୋଳାଳି ନିୟୋଜିତ ଅଛନ୍ତି।ତେବେ ଚଳିତ ବର୍ଷ ମୋଟ ୫୨ ଗୋଟି ଫୋଡି କେନ୍ଦ୍ର ମଧ୍ୟରୁ ୪୪ ଗୋଟି ଫୋଡି କେନ୍ଦ୍ର ରୁ କେନ୍ଦୁପତ୍ର କିଣାଯାଇଛି ବୋଲି ବୋରିଗୁମ୍ମା କେନ୍ଦୁପତ୍ର ରେଞ୍ଜ ର ଭାରପ୍ରାପ୍ତ ରେଞ୍ଜର ବି.ଜୟରାମ ସୂଚନା ଦେଇଛନ୍ତି।
ସରକାର ଚଳିତ ବର୍ଷ କେନ୍ଦୁପତ୍ର ତୋଳାଳି ଶ୍ରମିକ ଙ୍କୁ କେରୀ ପିଛା ଦୁଇ ଟଙ୍କା ପ୍ରଦାନ କରିବେ। ତେବେ କେନ୍ଦୁପତ୍ର ସଂଗ୍ରହ ଦିନ ଠାରୁ କାଳବୈଶାଖୀ ଯୋଗୁଁ ସଂଗ୍ରହ କେନ୍ଦୁପତ୍ର ବର୍ଷା ପାଣି ରେ ଭିଜୁଥିବା ଦେଖାଦେଇଛି। ଯାହାଫଳରେ କେନ୍ଦୁପତ୍ର ଗୁଡିକ ର ରଙ୍ଗ ଫିକା ପଡିବା ସହ ନଷ୍ଟ ହେଉଥିବା ଦେଖାଦେଇଛି। ଲୋକମାନେ ସାମାଜିକ ଦୂରତା ମାନି ସବୁ କାମ କରୁଥିଲେ .