Odisha news

କେନ୍ଦ୍ରାପଡା : ମଣିପୁର ରୁ ଫେରିଲେ ୧୪୩ କେନ୍ଦ୍ରାପଡା ପ୍ରବାସୀ

0

କେନ୍ଦ୍ରାପଡା:  ଦୀର୍ଘ ୨ ମାସ ହେଲା ମଣିପୁର ର ଇମ୍ଫାଲା ଠାରେ ଥିବା ୨୦୦ରୁ ଉଦ୍ଧ୍ୱର୍ କେନ୍ଦ୍ରାପଡା ପ୍ରବାସୀ ସେଠାରେ ଲକ ଡାଉନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଖବର ଦୈନିକ ଖବର କାଗଜ ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତପ୍ତରତା ପ୍ରକାଶ କରି ଏମାନଙ୍କୁ ଆଣୀବା ପାଇଁ ଯୋଗସୂତ୍ର ଆରମ୍ଭ କରିଥିଲେ । ରାଜନଗର, ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ପ୍ରଭୃତି ଅଂଚଳର ଏହି ପ୍ରବାସୀ ମାନେ ସେଠାରେ ରହି ପାଣି ପାଇପ କାମ କରି ଜିବିକା ନିର୍ବାହ କରୁଥିଲେ ।

କରୋନା ମହାମାରୀ ଭୂତାଣୁରେ କାମ ଧନ୍ଦା ସବୁ ବନଦ ହୋଇଯିବା ଫଳରେ ଠିକାଦାର ଏମାନଙ୍କୁ କୈାଣସି ପ୍ରକାର ସାହାଯ୍ୟ କରିନଥିଲା । ଏମାନେ କେନ୍ଦ୍ରାପଡା ଫେରିବା ପାଇଁ ଜିଲ୍ଲା ପ୍ରଶାସନ କୁ ସମାଜ ଖବର କାଗଜ ମାଧ୍ୟମରେ ନିବେଦନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ସମାଜ ଉଦ୍ୟମରେ ବୁଧବାର ମଣିପୁର ର ରାଜଧାନୀ ଇମ୍ଫାଲା ବିମାନ ବନ୍ଦର ରୁ ୧୪୩ ଜଣ କେନ୍ଦ୍ରାପଡା ପ୍ରବାସୀ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ପହଁଚିଥିବା ଜଣାପଡିଛି । ୧୪୩ ଜଣଙ୍କ ମଧ୍ୟରୁ ୧୦ଜଣ ମହିଳା ଥିବାବେଳେ ୧୩ ଜଣ ଯାଜପୁର ଜିଲ୍ଲାର ଏବଂ ଅନ୍ୟ ସମସ୍ତେ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣା ପଡିଛି ।

Leave A Reply