କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଦିନରେ ୧୮ଜଣ କରୋନା ଭୁତାଣୁ ସଂକ୍ରମିତଙ୍କୁ ଠାବ କରାଯିବା ପରେ ପ୍ରଶାସନର ମୁଣ୍ଡ ବ୍ୟଥା ବଢି ଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ୮୮ ସଂକ୍ରମିତ ଥିବାବେଳେ ୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ସୂଚନା ମୁତାବକ ଜିଲ୍ଲାକୁ ଅସିଥିବା ୧୨ଜଣ ପ୍ରବାସୀ ଙ୍କ ଠାରେ ଏହି ଲକ୍ଷ୍ୟଣ ଦେଖା ଦେଇଛି । ଏମାନେ ବାହାର ରାଜ୍ୟରୁ ଆସି ବିଭିନ୍ନ ସଂଗରୋଧ ଶିବିର ରେ ୧୪ ଦିନିଆ ପର୍ଯ୍ୟବେକ୍ଷଣରେ ରହିଥିଲେ ।
ଏହା ସହ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସଂଗରୋଧ ଶିବିର ରେ ସେବା କାର୍ଯ୍ୟ ଯୋଗାଉଥିବା ଅନ୍ୟ ୬ ଜଣ କର୍ମଚାରୀ ଭାବେ ଅଂଚଳର ୨ଟି ସଂଗରୋଧ ଶିବିର ରେ ପ୍ରବାସୀ ମାନଙ୍କୁ ସେବା ଯୋଗାଉଥିବା ବେଳେ ସଂକ୍ରମିତ ହୋଇଛନ୍ତି । ତେବେ କରୋନା ଯୋନ୍ଧା ଭାବେ ସଂକ୍ରମିତ ହେବା ଘଟଣା ଜିଲ୍ଲାରେ ପ୍ରଥମ କରି ଘଟିଥିବାରୁ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏମାନେ ଅଙ୍ଗନବାଡି ଅଶାକର୍ମୀ, ସ୍ୱସ୍ଥ୍ୟକର୍ମୀ ଓ ସ୍ୱେଛାସେବୀ ଭାବେ ପ୍ରବାସୀ ମାନଙ୍କୁ ସଚେତନ କରାଇବା ସହ ସେବାକାର୍ଯ୍ୟ ଯୋଗଉଥିବା ବେଳେ ସଂର୍କମିତ ହୋଇଛନ୍ତି । ସ୍ଥାନୀୟ ଅଂଚଳରେ ଏମାନେ ବହୁ ଲୋକଙ୍କ ସଂପର୍କରେ ଥିବାରୁ ସଂକ୍ରମିତ ଘଟଣା ଜଣାପଡିବା ପରେ ଲୋକ ମାନଙ୍କ ମଧ୍ୟରେ ଛାନିଆ ସୃଷ୍ଟି ହୋଇଛି ।