Odisha news

ଜନ ବିରୋଧୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ : ନରସିଂହପୁର ସରପଂଚଙ୍କ ବିରୋଧରେ ଅନାସ୍ଥା

0

କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ନରସିଂହପୁର ପଂଚାୟତର ୱାର୍ଡ  ସଭ୍ୟ ସଭ୍ୟା ମାନେ ସରପଂଚ ପ୍ରଭାତ ସେଠୀଙ୍କ ଜନ ବିରୋଧୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ଏନେଇ ସଭ୍ୟ ସଭ୍ୟା ମାନେ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ଭେଟି ଅଭିଯୋଗ କରିବା ସହ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ

ସରପଂଚ ଶ୍ରୀ ସେଠୀଙ୍କ ବ୍ୟବହାର ରେ ଅତିଷ୍ଠ ହୋଇଥିବା ସଭ୍ୟ ମାନେ ନାନାଦି ଅଭିଯୋଗ କରି ସରପଂଚଙ୍କ କାର୍ଯ୍ୟକଳାପ କୁ ବିରୋଧ କରିଛନ୍ତି ପଂଚାୟତର ୧୫ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୪ ଜଣ ସରପଂଚଙ୍କ ଜନ ବିରୋଧୀ କାର୍ଯ୍ୟ, ପ୍ରିୟାପ୍ରୀତି ତୋଷଣ, ଆର୍ଥିକ ଅନିୟମିତତା ଆଦି ଅଭିଯୋଗ କରିବା ସହ ଗୃହ ଆବଣ୍ଟନ ରେ ବ୍ୟାପକ ଦୁର୍ନିତି କରିଥିବା ଅଭିଯୋଗ ଆଣିଛନ୍ତି ୱାର୍ଡ ସଭ୍ୟା ବବିତା ଦାସ (ନାୟବ ସରପଂଚ), ତରୁଣ ମଲ୍ଲିକ, ଭରତ ସେଠୀ, ସରସ୍ୱତୀ ଦାସ, ବିଦୁଲତା ମଲ୍ଲିକ, ନଳିତା ନାୟକ, କଳ୍ପନା ସେଠୀ, ବାସୁଦେବ ଗିରି ପ୍ରମୁଖ ଉପସ୍ଥିତ ଥିଲେ

Leave A Reply