Odisha news

ଅସ୍ଥାୟୀ ନିଯୁକ୍ତି ପାଇଁ ଅସମ୍ଭାଳ ଭିଡ, ଫେଲ ମାରିଲା ସାମାଜିକ ଦୂରତା

0

କେନ୍ଦ୍ରାପଡା : କରୋନା ସଂକ୍ରମଣ କେନ୍ଦ୍ରାପଡା ସହରରେ କାୟା ବିସ୍ତାର କରି ଆପତ ଜନକ ପରିସ୍ଥିତି କରିଥିବା ବେଳେ ଏହା କେତେବେଳେ ଯେ ଗୋଷ୍ଠୀ ସଂକ୍ରମଣର ରୂପ ନେବା ଏଥିପାଇଁ ଜନ ସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି । ଏପରି ପରିସ୍ଥିତିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ ମାସିଆ ଅସ୍ଥାୟୀ ନିଯୁକ୍ତି ଦେବାପାଇଁ ଏଏନ୍ଏମ୍, ଜିଏନ୍ଏମ୍, ବିଫାର୍ମା ଓ ଡିଫାର୍ମା ପାର୍ଥୀ ମାନଙ୍କୁ ସାକ୍ଷାତକାର ଡକାଯାଇ ଥିବାରୁ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା ।

କେନ୍ଦ୍ରାପଡା ପୈାରସଂସ୍ଥା କାଯ୍ୟ୭ାଳୟ ପରିସରରେ ୬୦୦ ପଦବୀ ପାଇଁ ଡକାଯାଇଥିବା ଇଣ୍ଟରଭିୟୁରେ ହଜାର ହଜାର ପାର୍ଥୀ ସାମଜିକ ଦୂରତା ରକ୍ଷା ନକରି ଗହଳି କରିଥିବା ଦେଖା ଯାଇଥିଲା । ପୈାରସଂସ୍ଥା ପରିସର ଓ ନିକଟବର୍ତୀ ପୁରୁଣା ବସଷ୍ଟାଣ୍ଡରେ ଏହି ପାର୍ଥୀ ମାନଙ୍କ ଗହଳି ଜନ ସାଧାରଣଙ୍କୁ ବିସ୍ମିତ କରିଥିଲା । ଏଭଘଳି ଏକ ସମ୍ବେଦନଶୀଳ ସମୟରେ କରୋନା କଟକଣା କୁ ଅଣଦେଖା କରାଯାଇ ଏଭଳି ଗହଳି କରାଇବା କୋଭିଡ-୧୯ ନିୟମକୁ ଷ୍ପଷ୍ଟ ଉଲଙ୍ଘନ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ।

Nalco

Leave A Reply