କେନ୍ଦ୍ରାପଡା : ଗ୍ରାମର ପ୍ରାୟ ୨୦ଜଣ ଅସାମାଜିକ ବ୍ୟକ୍ତିଙ୍କ ଦୈାରାତ୍ମ୍ୟରେ ଅତିଷ୍ଠ ହୋଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି । ମଙ୍ଗଳବାର ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଲିଖିତ ଅଭିଯୋଗ କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ମୁତାବକ ପଟ୍ଟାମୁଣ୍ଡାଇ ଥାନା ଅଧିନ ସାନମାଣତିଆ ପଂଚାୟତର ଜରିଆବାଡ ଗ୍ରାମର କେତେକ ଅସାମାଜିକ ଯୁବକ ଗ୍ରାମବାସୀଙ୍କୁ ନାନା ପ୍ରକାର ହଇରାଣ ହରକତ, ଅଶ୍ଳୀଳ ଭାଷାରେ ଗାଳି ଗୁଲଜ, ଶାରିରୀକ ଅକ୍ରମଣ ଏପରିକି ରାତିରେ ବିଭିନ୍ନ ଲୋକଙ୍କ ଘରକୁ ଇଟା ପଥର, କାଚ ବୋତଲ ପ୍ରଭୃତି ଫୋପାଡି ଅତଙ୍କିତ କରି ଚାଲିଛନ୍ତି ।
ଜୋର ଜବରଦସ୍ତ ଛେଳି କୁକୁଡା ଚୋରୀ କରିନେବା ଆଦି କାଣ୍ଡ ଘଟାଇ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହେଉଛି । ଏମାନଙ୍କ ସହ କେରଳରୁ ଆସିଥିବା ୫ଜଣ ପ୍ରବାସୀ ମଧ୍ୟ ସାମିଲ ହୋଇ ଆତଙ୍କରାଜ ଚଳାଇଛନ୍ତି । ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଥାନା ପକ୍ଷରୁ କୈାଣସି ଆଖି ଦୁର୍ଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହି ଅସାମାଜିକ ମାନେ ଅଧିକ ଉସôାହିତ ହୋଇ ସେମାନଙ୍କ ଆତଙ୍କରାଜ ଚାଳାଇଥିବା ଅଭିଯୋଗ କରାଯାଇଛି । ଗ୍ରାମର ଶ୍ରୀନିବାସ ମଲିକ, ସୁମିତ୍ରା ମଲିକ, ବାସନ୍ତୀ ମଲିକ, ଶୁଶାନ୍ତ ମଲିକ, ରଚନା ମଲିକ, ଅନିରୁଦ୍ଧ ମଲିକ, ଫୁଲ ମଲିକ ଓ ରମେଶ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।