Odisha news

କେନ୍ଦ୍ରାପଡା ଜିଲ୍ଲାକୁ ପ୍ରାୟ ଆସିଲେଣି ୪୬ ହଜାର ପ୍ରବାସୀ ମାତ୍ର କରୋନା ଟେଷ୍ଟ ହୋଇଛି ୧୪ ହଜାର

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାକୁ ପ୍ରାୟ ୪୬ ହଜାର ପ୍ରବାସୀ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟରୁ ଆସି ସାରିଥିବା ଜଣା ପଡିଛି । ଏହି ପ୍ରବାସୀ ମାନେ ବାହାର ରାଜ୍ୟରେ ରହି କାମଧନ୍ଦା କରୁଥିବା ବେଳେ କରୋନା କଟକଣା ଲାଗୁ ହେବା ପରେ ମେ ମାସ ୫ ତାରିଖ ଠାରୁ ଦୈନିକ ଆସିବାରେ ଲାଗିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଜିକରଣ କରାଯାଇଥିବା ଏହି ପ୍ରବାସୀ ମାନଙ୍କୁ ସଂଗରୋଧ ଶିବିରରେ ରଖାଯାଇ ଘରକୁ ଛାଡି ଦିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ହଜାର ୩୦୯ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ କରୋନା ଟେଷ୍ଟ କରାଯାଇ ଥିବା ଜଣା ପଡିଛି । ତେବେ ଏମାନଙ୍କ ମଧ୍ୟରୁ ୩୪୧ ଜଣଙ୍କର ସଂକ୍ରମଣର ଲକ୍ଷଣଥିବା ଜଣା ପଡିଥିଲା । ତେବେ ବର୍ତମାନ ସୁଦ୍ଧା ଛତା କୋଭିଡ ହସପିଟାଲରେ ୪୧ଜଣ ସକ୍ରୀୟ ସଂକ୍ରମିତ ଚିକିସôା ହେଉଥିବା ସ୍ୱାସ୍ଥ୍ୟ ବିଭାଗ କରୋନା ଦାୟିତ୍ୱରେ ଥିବା ଡାକ୍ତର ସଚୀତାନନ୍ଦ ମିଶ୍ର ଓ ନୃପେଦ୍ର ଶତପଥୀ ସୂଚନା ଦେଇଛନ୍ତି ।

Nalco
Leave A Reply