କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ବଡହାଟ ଅଂଚଳରେ ଜନ ଗହଳି ପୂର୍ଣ୍ଣ ୫ଟି ଛକ ସମେତ ସଂପୃକ୍ତ ଅଂଚଳକୁ ପୈାର ପ୍ରଶାସନ ପକ୍ଷରୁ ଶନିବାର ସିଲ୍ କରାଯାଇଛି ।
ସଂପୃକ୍ତ ଅଂଚଳକୁ ୪୮ ଘଣ୍ଟା କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ସର୍ବ ସାଧାରଣଙ୍କ ପ୍ରବେଶ ଓ ସ୍ଥାନୀୟ ଅଂଚଳ ବାସିନ୍ଦାଙ୍କ ଯାତାୟତ ପାଇଁ ନିଷେଧ କରାଯାଇଛି ।
ସଂପୃକ୍ତ ଅଂଚଳର ଜଣେ ଯୁବକ କରୋନା ସଂକ୍ରମିତ ଜଣା ପଡିବା ପରେ ବଡହାଟ ଅନ୍ତର୍ଗତ ଦିଲାରପୁର ର ୫ଟି ସଂଯୋଗ ଛକକୁ ବାଡ ବୁଜାଯାଇ ନିଷିଧାଂଚଳ ଘୋଷଣା କରାଯାଇଛି । ସଂପୃକ୍ତ ଯୁବକଙ୍କୁ ଛତାସ୍ଥିତ କୋଭିଡ ହସପିଟାଲକୁ ଚିକିସôା ପାଇଁ ପଠାଯାଇଛି ।
