କେନ୍ଦ୍ରାପଡା : କଟକଣା ମାନୁ ନଥିବା ନର୍ସିଂହୋମ ଓ ସାଧାରଣ ଲୋକଙ୍କୁ ଠାରୁ ଜୋରିମାନା ଆଦାୟ କରାଯାଇଛି । ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇ ଥିବାବେଳେ କେତେକ ଘରୋଇ ନର୍ସିଂହୋମ , ପାଥୋଲ୍ୟାବ ଓ ଅମାନିଆ ଲୋକେ ଏହି କଟକଣାକୁ ନମାନି ମନଇଚ୍ଛା କାରବାର କରୁଥିବା ଅଭିଯୋଗ ପାଇବା ପରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ତହସିଲଦାର ହେମଲତା ବାହାଲିଆ ଓ ଅତିରିକ୍ତ ତହସିଲଦାର ନମିତା ବାରିକ ଚଢାଉ କରିଥିଲେ । ଗୁରୁବାର ପୂର୍ବାହ୍ନରେ ଉଭୟ ଅଧିକାରୀ କର୍ମଚାରୀଙ୍କ ସହ ସହରର ସର୍ବ ସାଧାରଣ ସ୍ଥାନରେ ବୁଲୁଥିବା ଲୋକଙ୍କ ଠାରୁ ଜୋରିମାନା କରିବା ପରେ କେତେକ ହୋଟେଲ ଓ ଜଳଖିଆ ଦୋକାନରେ ଥିବା ଗ୍ରାହକ, କର୍ମଚାରୀ ଓ ମାଲିକ କଟକଣା ମାନି ନଥିବାରୁ ଜୋରିମାନା ଗଣିଥିଲେ । ସେହିଭଳି ସାନ୍ତସାହୀରେ ଥିବା ଭଗବତୀ ନର୍ସିଂହୋମ, ଦୁର୍ଗା ନର୍ସିଂହୋମ ଓ ମେଡିକାଲ ରୋଡରେ ଥିବା ସାଇ, ସୂର୍ଯ୍ୟ ଓ ଓମ୍ ପାଥୋଲ୍ୟାବ ଉପରେ ଚଢାଉ କରି ଜୋରିମାନା ଅଦାୟ କରିବା ସହ ତାଗିଦା କରିଥିଲେ । ଏଥିରେ ପ୍ରାୟ ୨୦ ହଜାର ଟଙ୍କା ଅଦାୟ କରାଯାଇଥିବା ଜଣା ପଡିଛି ।