Odisha news

କେନ୍ଦ୍ରାପଡା : ହନୁମାନ କଲୋନୀ ରାସ୍ତା ଶୋଚନୀୟ

0

କେନ୍ଦ୍ରାପଡା-୧୬/୦୬: କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୨୧ନଂ ୱାର୍ଡ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ମୁଖ୍ୟ ଶାଖା ନିକଟରେ ଥିବା ହନୁମାନ କଲୋନୀ ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । କେନ୍ଦ୍ରାପଡା ମୁଖ୍ୟ ରାସ୍ତା ଠାରୁ କଲୋନୀ ପର୍ଯ୍ୟନ୍ତ ରାସ୍ତା ଟି ଅତି ଶୋଚନୀୟ ହୋଇ ଥିବାରୁ ମଟର ସାଇକେଲ ଯିବା ମଧ୍ୟ ଅସମ୍ଭବ ହୋଇ ପଡିଛି । ଏଥି ସହିତ ମୁଖ୍ୟ ରାସ୍ତା ଠାରୁ କଲୋନୀ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଆଲୋକୀ କରଣ ବ୍ୟବସ୍ଥା ନଥିବାରୁ ଯାତାୟତ ରେ ବହୁ ଅସୁବିଧା ହେଉଛି । ରାସ୍ତାର ପାଶ୍ୱର୍ରେ ଚିକେନ ବ୍ୟବସାୟୀ ଆଡ୍ଡା ଜମାଇ ଥିବାରୁ ପଲ ପଲ କୁକୁର ସେଠାରେ ପରିୁବେଶ କୁ ଦୂଷିିତ କରୁଛନ୍ତି । ତୁରନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଆଲୋକୀ କରଣ କରିବା ସହିତ ରାସ୍ତା କୁ ପିଚୁ କରିବାକୁ ଦାବି ହେଉଛି ।

Nalco
Leave A Reply