କେନ୍ଦ୍ରାପଡ଼ା : ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏବଂ ଆନ୍ତର୍ଜାତୀୟ ମନବତା ଅଧିକାର ଏବଂ ମିଡ଼ିଆ ସଂଗଠନ ( IHMO ) ମିଳିତ ଆନୁକୂଲ୍ୟରେ .. କେନ୍ଦ୍ରାପଡ଼ା ଅଞ୍ଚଳରେ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ଦୁହୂରିଆ ଠାରେ ସଦର ଥାନା ଅଧିକାରୀ ଏବଂ କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଙ୍କ ଦ୍ଵାରା ଉଦଘାଟିତ ହେବାପରେ ଉଭୟ ଅଧିକାରୀ ନୀଳ ପତାକା ଦେଖାଇ ସଚେତନତା ରଥ କୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଥିଲେ. ଉକ୍ତ ରଥରେ ବିରାଜମାନ ଥିଲେ ଜନ୍ତୁପତି ଜମରାଜ୍, ଚିତ୍ରଗୁପ୍ତ ଏବଂ ଜମଦୂତ … ଏକ ଭିନ୍ନ ଢ଼ଙ୍ଗର ଗୀତିନାଟ୍ୟ ଓ ପଥପ୍ରାନ୍ତ ନାଟକ ସହିତ ସଚେତନତା ଢଗ ଢମାଳି ଦ୍ଵାରା ଲୋକମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଥିଲେ l
ଏହି କାର୍ଯ୍ୟକ୍ରମ ଡୁହୁରିଆ ଠାରୁ ଆରମ୍ଭ ହୋଇ ତିନିମୁହାଣି ,ଗରାପୂର୍ କୋଠୀ ଛକ ନୂଆ ବସ୍ ଷ୍ଟାଣ୍ଡ, ପୁରୁଣା ବସ୍ ଷ୍ଟାଣ୍ଡ ,କେଶପୂର୍ , ସାନ୍ଟସାହୀ , ଓ ଇଚ୍ଛାପୁର ସ୍ତିତ ବଳଦେବଜୀଉ ମନ୍ଦିର ନିକଟରେ ନାଟକ ମାଧ୍ୟମରେ ସଚେତନତା କରାଯାଇଅଛି.ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ କୁମାର ମହାନ୍ତି ଓ ଆନ୍ତର୍ଜାତୀୟ ମାନବତା ଅଧିକାର ଏବଂ ମିଡ଼ିଆ ସଂଗଠନ ( IHMO ) ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ା ପରିଚାଳନା କରିଥିଲେ. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟ ର ଉପଦେଷ୍ଟା ଯାଜପୁର ଜିଲ୍ଲାର ସମ୍ମାନୀୟ ମୋହନ ମହାରଣା ଯୋଗଦେଇଥିଲେ, ଏହି କାର୍ଯ୍ୟକ୍ରମ କୁ ସଫଳ କରିବାର ସମ୍ପୁର୍ଣ୍ଣ ଶ୍ରେୟ ଉପ ସଭାପତି ଶାନ୍ତନୁ ମଲ୍ଲିକ,କେଦାର ସ୍ୱାଇଁ ,ରାଜେଶ୍ ସ୍ୱାଇଁ, ହରିହର ନାୟକ, ଅଭୟ ବେହେରା , ରାଜେଶ୍ ବେହେରା, ମନୋଜ ବେହେରା, ଆଇଯାକ୍ ବେହେରା ,ସିନୁ କୁମାର, ସୁରଜ୍ ସ୍ୱାଇଁ , ଅଶୋକ ପତ୍ରୀ ଓ ଚିତ୍ରକର କାମା ଭାଇ ପ୍ରମୁଖ ଙ୍କୁ ଉପସ୍ଥିତ ଥିଲେ .

Comments are closed.