କେନ୍ଦ୍ରାପଡ଼ା,୨ା୧- କେନ୍ଦ୍ରାପଡା ଜିଲ୍ାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି । ଜିଲ୍ଲା ସଚେତନ ନାଗରିକ ମଞ୍ଚ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାର ବିଭିନ୍ନ ଛାମୁଆ ସଂଗଠନର ନେତୃମଣ୍ଡଳୀ ଯୋଗ ଦେଇ ଦାବିକୁ ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଶତାଧିକ ନାଗରୀକ ଶ୍ରୀବଳଦେବଜୀୟୁ ମନ୍ଦିର ସମ୍ମୁଖରେ ଦୀପଦାନ କରି ଏକ ବାଇକ ଶୋଭାଯାତ୍ରାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିର ସ୍ଲୋଗାନ ଦେଇ ସହର ପରିକ୍ରମା କରି ସଭାସ୍ଥଲରେ ପହଞ୍ଚôଥିଲେ । କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚ ସଭାପତି ପ୍ରତାପ ମହାପାତ୍ରଙ୍କ ନିବେଦନ କ୍ରମେ ପୂର୍ବତନ ନଗରପାଳ ଆଇନଜୀବୀ ବିଜୟ କୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମଞ୍ଚ ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ ଆନେ୍ଦାଳନର ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇଥିଲେ । ମଞ୍ଚ ଉପଦେଷ୍ଟା ହଳଧର ଦାଶ, ଭଜକୃଷ୍ଣ ରାଉତ ଓ ପରେଶ ଦାସ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । କଂଗ୍ରେସ ନେତା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଫକିର ଚରଣ ଖଟୁଆ, ଶରତ ବେହୁରା, କେନ୍ଦ୍ରାପଡା ବିକାଶ ସାମୁଖ୍ୟ ସମ୍ପାଦକ ଶିକ୍ଷାବିତ୍ ଅଜୟ ସାମଲ, ଜିଲ୍ଲା ଓକିଲ ସଂଘ ସଭାପତି ସରୋଜରାଜ ସିଂ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ସି.ପି.ଆଇ.ର ଜିଲ୍ଲା ସଏଭାପତି ରମଣୀରଞ୍ଜନ ରାଉତରାୟ, ସିପିଏମ ନେତା ଗୟାଧର ଧଳ, କୃଷକ ନେତା ଶରତ ମିଶ୍ର, ଆଇନଜୀବୀ ଅକ୍ଷୟ ମହାନ୍ତି, ଶିକ୍ଷକ ନେତା ପ୍ରଣବ କୁମାର ଜେନା, ଗଣେଶ୍ୱର ନାୟକ ପ୍ରମୁଖ ଆନେ୍ଦାଳନଙ୍କୁ ତିବ୍ର କରି ହକ ଆଦାୟ କରିବାକୁ ଆହ୍ୱାନ ଦେଇଥିଲେ । ସବୁ ସ୍ତରରେ ଏହି ଆନେ୍ଦାଳନକୁ ପହଞ୍ଚାଇବାକୁ ମତାମତ ଦେଇଥିଲେ । ବିଜେଡି ନେତା ଆଇନଜୀବୀ ଦେବଦାସ ମହାନ୍ତି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଜିଲ୍ଲାର ପାଞ୍ଚଜଣ ବିଧାୟକ, ସାଂସଦ, ଜିଲ୍ଲା ବିଜେଡି ସଭାପତି ଉକôଳ କେଶରୀ ପରିଡା ଗତ ରାଜ୍ୟ ବିଜେଡି ପରିଷଦରେ କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନ୍ଜୀବୀ ବିଧୁଭୂଷର ମହାପାତ୍ର, ଅଧ୍ୟାପକ କ୍ଷିତୀଶ ସିଂ, ଶିକ୍ଷକ ନେତା ପ୍ରତାପ ନାୟକ, ବିଜେପି ନେତା ଅମୀୟ ପରିଜା, ଭାଗିରଥୀ ଜେନା, ସୁକାନ୍ତ ଦ୍ୱିବେଦୀ, ରମେଶ ଚନ୍ଦ୍ର ସାହୁ, ଖଗେଶ୍ୱର ଲେଙ୍କା, ନାରାୟଣ ପଣ୍ଡା, ସାଗରିକା ଦାସ ପ୍ରମୁଖ ଆନେ୍ଦାଳନକୁ ବ୍ୟାପକ କରିବା ପାଇଁ ମତବ୍ୟକ୍ତ କରିଥିଲେ ।
