Odisha news

ଅବସରପ୍ରାପ୍ତ ଜିଲ୍ଲାଜଜ କୁଞ୍ଜବିହାରି ସାହୁଙ୍କ ପରଲୋକ

0

କେନ୍ଦ୍ରାପଡା,(ରବୀନ୍ଦ୍ର ଦାଶ)୫/୧୨ – ଅବସରପ୍ରାପ୍ତ ଜିଲ୍ଲାଜଜ କୁଞ୍ଜ ବିହାରୀ ସାହୁଙ୍କ ୭୮ବର୍ଷ ବୟସରେ ଭୂବନେଶ୍ୱରସ୍ଥିତ ତାଙ୍କ ପୁଅଙ୍କ ବାସଭବନରେ ଆଜି ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ୩ପୁଅ ଓ ଏକମାତ୍ର ଝିଅ ଉପସ୍ଥିତ ଥିଲେ । ପ୍ରାକ୍ତନ ଜିଲ୍ଲାଜଜ ଶ୍ରୀ ସାହୁ କେନ୍ଦ୍ରାପଡା ସହରର ବଡହାଟ ବାସୀନ୍ଦା ଅଟନ୍ତି । ସେ ପ୍ରଥମେ କେନ୍ଦ୍ରାପଡା ବାରରେ ଓକିଲାତି ଆରମ୍ଭ କରିଥିଲେ । ପରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଜଜ ଭାବେ ଚାକିରୀ କରି ଶେଷରେ କେଉଁଝର ଜିଲ୍ଲାର ଜିଲ୍ଲାଜଜ ଭାବେ ଅବସର ଗ୍ରହଣ କରିଥିଲେ ।

ସ୍ୱର୍ଗତ ସାହୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବୁଲି ଲାଇବ୍ରେରୀର ସମ୍ପାଦକ ଓ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ,ଡାଇମଣ୍ଡ ଜୁବୁଲି ଲାଇବ୍ରେରୀର ସଭାପତି ସଚିଦାନନ୍ଦ ମହାନ୍ତି, ସମ୍ପାଦକ ଉମେଶ ଚନ୍ଦ୍ର ସିଂ, ପୂର୍ବତନ ପୈାରପାଳ ଧିରେନ କୁମାର ସାହୁ, ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବହୁ ବୁଦ୍ଧିଜୀବି, ଓକିଲ ସଙ୍ଘର କର୍ମକର୍ତ୍ତା ଓ ବରିଷ୍ଠ ଓକିଲମାନେ ଶୋକବ୍ୟକ୍ତ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Nalco
Leave A Reply