Odisha news

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା

0

କେନ୍ଦ୍ରାପଡା, (ରବୀନ୍ଦ୍ର ଦାଶ)୬/୧୨ – କେନ୍ଦ୍ର ସରକାରଙ୍କ ନୂତନ କୃଷି ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ସର୍ବ ଭାରତୀୟ ସ୍ତରରେ କୃଷକ ଧାରଣା ଅନୁଷ୍ଠିତ ହେଉଥିବା ବେଳେ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ନବ ନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡା ପକ୍ଷରୁ ଧାରଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଚାଷ ବଂଚାଅ, ଚାଷୀ ବଂଚାଅ ଦେଶ ବଂଚାଅ ନାରାବାଜି ଦେଇ କୃଷକମାନେ ଏହି ଧାରଣା ଦେଇଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡାର ହୃଷିକେଶ ନାୟକ, ଜୟନ୍ତ ଲେଙ୍କା, ରବିନ୍ଦ୍ର ମହାପାତ୍ର, ଶୁକଦେବ ରାଉତ, ରାମଚନ୍ଦ୍ର ରାଉତ, ଗଜେନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply