Odisha news

ଇଛାପୁର ସରକାରୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ମେକାପଙ୍କ ସ୍ମୃତିସଭା

0

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଇଛାପୁର ସରକାରୀ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତି ଓ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ପ୍ରେମାନନ୍ଦ ମେକାପଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ତାଙ୍କ ମଧ୍ୟଖଣ୍ଡିସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଥମ ପ୍ରଧାନ ଶିକ୍ଷକ ପଦ୍ମନାଭ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ ଶିକ୍ଷକ ହୃଦାନନ୍ଦ ରାଉତ, ନିରଞ୍ଜନ ସୁଆର, ଗୋପବନ୍ଧୁ ରାଉତ, ପୁରାତନ ଛାତ୍ର ଗଣେଶ୍ୱର ମେକାପ, ପ୍ରେମାନନ୍ଦ ରାଉତ, ପ୍ରାଣକୃଷ୍ଣ ବେହେରା, ଗୈାରାଙ୍ଗ ସାହୁ, ଉମାକାନ୍ତ ବେହେରା, ନିରଞ୍ଜନ ମେକାପ ଓ ପୂର୍ବତନ କାଉନସିଲର କାଳି ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ନିଜର ସ୍କୁଲ ସମୟର ଅନୁଭୂତି ବର୍ଣ୍ଣନା କରିବା ସହ ଶିକ୍ଷକ ସ୍ୱର୍ଗତ ମେକାପଙ୍କ ସ୍ମୃତିଚାରଣ କରିଥିଲେ ।

ପ୍ରାରମ୍ଭରେ ସ୍ୱର୍ଗତ ମେକାପଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ ମେକାପଙ୍କ ସ୍ମୃତିରେ “ପୂଜ୍ୟପାଦ ପ୍ରେମାନନ୍ଦ”ନାମକ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ କରାଯାଇଥିଲା । ରମେଶ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ବେଳେ ସ୍ୱର୍ଗତ ମେକାପଙ୍କ ପୁତ୍ର ଅଯୋଦ୍ଧାନାଥ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତିସଭାରେ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଙ୍କର ପ୍ରିୟ ଶିକ୍ଷକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Nalco
Leave A Reply