Odisha news

କେନ୍ଦ୍ରାପଡା : କୋଭିଡ-୧୯ ପ୍ୟାକେଜ କୁ ନେଇ ଜିଲ୍ଲା ପ୍ରଶାସନ ସହ ଜନ ପ୍ରତିନିଧିଙ୍କ ଆଲୋଚନା

0

କେନ୍ଦ୍ରାପଡା:  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ କୋଭିଡ-୧୯ ପ୍ୟାକେଜ ଅନ୍ତର୍ଗତ ୧୭ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ସହ କେନ୍ଦ୍ରାପଡାର ଲୋକ ପ୍ରତିନିଧି ମାନେ ଅଲୋଚନା କରିଛନ୍ତି । ଶୁକ୍ରବାର ମଧ୍ୟାହ୍ନରେ କେନ୍ଦ୍ରାପଡା ସାଂସଦ ଅନୁଭନ ମହାନ୍ତି, ବିଧାୟକ ଶଶି ଭୂଷଣ ବେହେରା, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ , ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଏକ ମିଳିତ ବୈଠକରେ ଏହି ଯୋଜନାର ରୂପରେଖ ସଂପର୍କରେ ପ୍ରାରମ୍ଭିକ ଆଲୋଚନା କରିଥିଲେ ।  କୋଭିଡ-୧୯ ବିଶ୍ୱ ମହାମାରୀ ପରିପେକ୍ଷୀରେ ଜନ ସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଧାରିବା ପାଇଁ କର୍ମ ଯୋଗାଣ , କୃଷି ଓ କୃଷକର ଉନ୍ନତି ଉପଲକ୍ଷେ ଅନୁଦାନ ବିନିଯୋଗ କରାଯିବ ବୋଲି ସୂଚନା ମିଳିଛି ।

ମୁଖ୍ୟତଃ ମସô୍ୟଚାଷ, ପଶୁପାଳନ, କୃଷି, ସମବାୟ, ପଂଚାୟତ ରାଜ ବ୍ୟବସ୍ଥା ମାଧ୍ୟମରେ ଜନ ସାଧାରଣଙ୍କୁ କାମ ଯୋଗାଇବା ଉନ୍ନତ ଉତ୍ପାଦନ କ୍ଷମ କୃଷି ପ୍ରଣାଳୀକୁ ଅବଲମ୍ବନ କରିବା ମସ୍ୟô ଓ ପଶୁ ପାଳନକୁ ଅଗ୍ରାଧିକାର ଦେବା, ସମାବାୟ ବିବାଗ ଗୁଡିକୁ ପ୍ରୋସôାହନ ଦେବା ଓ କିଶାନ କାର୍ଡ ମାଧ୍ୟମରେ ସହାୟତା ପ୍ରଦାନ କରି କୃଷକ ଓ କୃଷିର ଉନ୍ନତି ବିଧାନ କରିବା ବିଷୟରେ ଆଲୋଚନା ହୋଇଥିଲା । ୧୦୦ ହେକ୍ଟର ଜମିରେ ମାଛ ଚାଷ, ୧୦୦ ଟି ଟାଙ୍କିି ମାଧ୍ୟମରେ ଉନ୍ନତ ମାନର  ମାଛ ଚାଷ ଓ ମହିଳା ମାନଙ୍କ ଦ୍ୱାରା ମାଛଚାଷ କୁ ଅଗ୍ରାଧିକାର ଦେବା ଏହି କାର୍ଯ୍ୟକ୍ରମର ଲକ୍ଷଯ୍ୟ ବୋଲି ଜଣା ପଡିଛି । କୋଭିଡ-୧୯ କଟକଣା ପ୍ରଭାବରେ ଘୁଷୁଡି ପଡିଥିବା ଆର୍ଥିକ ସ୍ଥିତିକୁ ସୁଧାଡିବା ପାଇଁ ଓ ଲୋକ ମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ସ୍ୱତନ୍ତ୍ର ପ୍ରୟାସ ବୋଲି ବିଧାୟକ ଶଶି ଭୂଷଣ ବେହେରା ଓ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି ।

Leave A Reply