Odisha news

୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ଧାରଣା

0

କେନ୍ଦ୍ରାପଡା, ୧୮/୧୧(Rabindra Dash) : ୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ସେହିସ୍କୁଲର ଛାତ୍ରଛାତ୍ରୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅରଡପଲ୍ଲୀ ପଂଚାୟତର ଓଟାରବାଙ୍କ ହରିଜନସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀରେ ୪୨ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ସ୍କୁଲରେ ମାତ୍ର ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ସେହି ସ୍କୁଲଟିକୁ ବନ୍ଦ କରାଯାଇଥିବା ପ୍ରତିବାଦରେ ସ୍କୁଲର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି ।

ଏହି ସ୍କୁଲଟିକୁ ପୂର୍ବପରି ଚାଲୁ ରଖିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଛୋଟ ଛୋଟ ପିଲାମାନେ ଧାରଣାରେ ବସିରହି ସ୍ଳୋଗାନ ଦେଉଥିଲେ ଯେ ଅଣ୍ଡା ନିଅ ଚାଉଳ ନିଅ ସରକାର ତୁମେ ଆମ ସ୍କୁଲ ଫେରାଇଦିଅ ବୋଲି । ଗ୍ରାମବାସୀ ଓ ଅଭିଭାବକମାନଙ୍କ ପକ୍ଷରୁ ଗ୍ରାମ୍ୟ ଶିକ୍ଷା କମିଟି ସଭାପତି କୃତ୍ତିବାସ ମଳିକ, ବଳବନ୍ତ ମଳିକ, ଚନ୍ଦ୍ରଶେଖର ଦାସ, ବୁଲୁ ମଳିକ, ବିଜନ ମଳିକ, ଅବକାଶ ମଳିକ, ଶରତ ମଳିକ, ସୁଶାନ୍ତ ମଳିକ, ପୁରସ୍ତମ ମଳିକ, ମନୋଜ ମଳିକ ପ୍ରମୁଖ ଶତାଧିକ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ ।

IEC 2 years
Leave A Reply