Odisha news

କ୍ରୀଡାଶ୍ରୀ ପର୍ଶୁରାମ ସିଂହଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0

କେନ୍ଦ୍ରାପଡା ୧/୧୧ – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତ ନୋଡାଲ ହାଇସ୍କୁଲର କ୍ରୀଡା ଶିକ୍ଷକ ତଥା ସୁନାମଧନ୍ୟ ସମାଜସେବୀ ଦିବଗଂତ ପର୍ଶୁରାମ ସିଂହଙ୍କ ଏକାଦଶାହ ଅବସରରେ ପାଳକଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସତୀର୍ଥ ଏବଂ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବୀତ ତ୍ରିଲୋଚନ ଜେନା ସଭାପତିତ୍ୱ କରିଥିଲେ । ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ କୁମାର ଜେନାଙ୍କ ସଂଯୋଜନାରେ ପରିଚାଳିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ଶିକ୍ଷକ ସଙ୍ଘର କର୍ମକର୍ତ୍ତା,ବୁଦ୍ଧିଜୀବି,ବୁଦ୍ଧିଜୀବି,କବି,ସାହିତ୍ୟିକ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ସ୍ୱର୍ଗତ ସିଂହଙ୍କ ତୈଳଚିତ୍ରରେ ସାମୁହିକ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ କବି ବଟକୃଷ୍ଣ ସାମଲ ବେଦପାଠ,ସି.ଆର.ସି.ସି.ମହମ୍ମଦ ଜଲ୍ଲାଲୁଦ୍ଦିନ କୋରାନ ପାଠ କରିବା ପରେ କଣ୍ଠଶିଳ୍ପୀ ଗୀତାଞ୍ଜଳି ସାହୁ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ।

ରାଜଶ୍ରୀର ସହ ସମ୍ପାଦକ ବସନ୍ତ କୁମାର ମଲ୍ଲିକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ,ସତୀର୍ଥର ସମ୍ପାଦକ କବି ମନ୍ମଥନାଥ ବରାଳ,ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ,ଅମରବର ବିଶ୍ୱାଳ,ଶିକ୍ଷକନେତା ପ୍ରଣବ କୁମାର ଜେନା,ଶିକ୍ଷାବୀତ କାଶିନାଥ ରାଉତରାୟ,ଦୀନବନ୍ଧୁ ପାତ୍ର,ରମେଶ ଚନ୍ଦ୍ର ଦାସ,ପରମାନନ୍ଦ ଥାଟୋଇ,ମହେନ୍ଦ୍ର କୁମାର ମଲ୍ଲିକ,ବସନ୍ତ କୁମାର ମଲ୍ଲିକ, ସୁନାକର ରାଉତ ପ୍ରମୁଖ ସ୍ୱର୍ଗତ ସିଂହଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।

ଦୀର୍ଘ ୩ଦଶନ୍ଧିରୁ ଉଦ୍ଧ୍ୱର୍ କାଳ ଜଣେ ଛାତ୍ରବସôଳ ଆଦର୍ଶ ଶିକ୍ଷକ ଭାବରେ ସେ ଯେମିତି ସୁନାମ ଅର୍ଜ୍ଜନ କରିଥିଲେ ସେମିତି ବିଭିନ୍ନ ସାମାଜିକ ଓ ସାହିତ୍ୟାନୁଷ୍ଠାନରେ ଅଗ୍ରଦୂତ ସାଜି ଚର୍ଚ୍ଚିତ ଥିଲେ । ଶିକ୍ଷକତା ବ୍ୟତିତ ରାଜଶ୍ରୀ ଅନୁଷ୍ଠାନର କୋଷାଧ୍ୟକ୍ଷ,ତ୍ରିଲୋଚନପୁର ସରସ୍ୱତୀ ଶିଶୁ ମନ୍ଦିରର ସଭାପତି,ପ୍ରୟାସ ସାମାଜିକ ପ୍ରତିଷ୍ଠାନର ସଭାପତି ଭାବେ ଦାୟୀତ୍ୱ ସମ୍ପାଦନ କରୁଥିବା ସ୍ୱର୍ଗତ ସିଂହ ବିଭିନ୍ନ ସ୍ଥାନରେ ନିଜ ଅର୍ଥରେ ବୃକ୍ଷରୋପଣ କରି ପ୍ରଶଂସନୀୟ ହୋଇଥିବା ବକ୍ତାମାନେ ଅଭିମତ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ କବି ଶୈଳଜାଶଙ୍କର ସାମଲ,ଅଶୋକ କୁମାର ସାହୁ,ଦୀପ୍ତିରଞ୍ଜନ ଜେନା,ବିନୋଦବିହାରୀ ଦାସ,ଅଶୋକ କୁମାର ଦାସ,ରଞ୍ଜନ କୁମାର ଦଳେଇ,ଶିବପ୍ରସାଦ ନାୟକ,କୃଷ୍ଣଚନ୍ଦ୍ର ସେଠୀ,ସତ୍ୟଜିତ ସାହୁ,ମୂରଲୀଧର ପ୍ରଧାନ,ଅମର କୁମାର ଜେନା,ଜୟନ୍ତ କୁମାର ପ୍ରଧାନ,ମଳୟ କୁମାର ସାହୁ,ଭୀମସେନ ପ୍ରଧାନ,ଲକ୍ଷ୍ମୀଧର ବେହେରା,ପ୍ରଭାକର ସିଂହ,ଦେବେନ୍ଦ୍ର କୁମାର ପାତ୍ର,ପ୍ରଫୁଲ୍ଲ କୁମାର ସିଂହ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ସତୀର୍ଥର ସମ୍ପାଦକ ବ୍ୟଙ୍ଗକବି ଅପର୍ତ୍ତୀ କୁମାର ସେଠୀ ଶ୍ରଦ୍ଧା ନିବେଦନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply