Odisha news

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଦୁର୍ନିତୀ,ବେଆଇନ ନିଯୁକ୍ତି ଅଭିଯୋଗର ତଦନ୍ତ ଆରମ୍ଭ

0

କେନ୍ଦ୍ରାପଡା, ୧୪/୧୦(Rabindra Dash) – ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ବେଆଇନ ନିଯୁକ୍ତି ଓ ଆର୍ଥିକ ଦୁର୍ନିତୀ ଅଭିଯୋଗର ତଦନ୍ତ କରିବାକୁ ସୋମବାର ମହାବିଦ୍ୟାଳୟରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ଓଡିଶା ଲୋକାୟୁକ୍ତ ନିର୍ଦେଶାଳୟର ଏକ ୨ଜଣିଆ ଟିମ । ମହାବିଦ୍ୟାଳୟରେ ବେଆଇନ ଭାବରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଷ୍ଟାଫଙ୍କୁ ନିଯୁକ୍ତି ପ୍ରଦାନ ଓ ସେମାନଙ୍କ ମଧ୍ୟରୁ କେତେକ ଷ୍ଟାଫଙ୍କ ନିଯୁକ୍ତି ତାରିଖକୁ ବାରମ୍ବାର ବଦଳା ଯିବା ଏବଂ ଆର୍ଥିକ ଅନିୟମିତତା ଓ କଲେଜ ଜିମିକିଣା ଦୁର୍ନିତୀ ଅଭିଯୋଗର ତଦନ୍ତ କରିବାକୁ ଓଡିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ନିର୍ଦେଶକ ଓ ଅନ୍ୟ ଜଣେ ଅଧିକାରୀ ପଟ୍ଟାମୁଣ୍ଡାଇ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ପହଁଚି ତଦନ୍ତ ଆରମ୍ଭ କରିଥିବା ପଟ୍ଟାମୁଣ୍ଡାଇ +୨ କନିଷ୍ଠ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି ।

ଅଭିଯୋଗକାରୀ ପ୍ରତାପ ମହାନ୍ତି ଓ ରାଧାକାନ୍ତ ମହାନ୍ତି ଓଡିଶା ଲୋକାୟୁକ୍ତଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ତତକାଳିନ ଅଧ୍ୟକ୍ଷ ବିପିନ ବିହାରୀ ବାରିକ କେତେକ ଅଧ୍ୟାପକ,ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ବେଆଇନ ନିଯୁକ୍ତି ପ୍ରଦାନ କରିବା ସହ ସେମାନଙ୍କ ନିଯୁକ୍ତି ତାରିଖକୁ ବାରମ୍ବାର ବଦଳାଯାଇଥିବା,କେତେକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥାଇ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା,ଆବଶ୍ୟକତା ଠାରୁ ବହୁ ଅଧିକ ସଂଖ୍ୟାରେ ବିଭିନ୍ନ ପଦବୀରେ ବେଆଇନ ଭାବେ ନିଯୁକ୍ତି ପ୍ରଦାନ କରିଥିବା,ଆର୍ଥିିକ ଅନିୟମିତତା କରିଥିବା ଓ ଶ୍ରୀ ବାରିକ ତୁଳସୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ସମୟରେ ବହୁ ଅନୀୟମିତତା ଓ ଅର୍ଥ ତୋଷରପାତରେ ଜଡିତ ଥିବା ସମ୍ପର୍କରେ ୨ଅଭିଯୋଗକାରୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଗୁଡିକର ତଦନ୍ତ ପୂର୍ବକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ଦ୍ୱୟ ଲୋକାୟୁକ୍ତଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେହି ଅଭିଯୋଗ ଅନୁଯାଇ ଲୋକାୟୁକ୍ତଙ୍କ କାଯ୍ୟଳୟରୁ ଆଜି ଏକ ୨ଜଣିଆ ଟିମ କଲେଜରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଲୋକାୟୁକ୍ତଙ୍କ ନୋଟିସ ଅନୁଯାଇ ଉଭୟ ଅଭିଯୋଗକାରୀ ତଦନ୍ତ ସମୟରେ କଲେଜରେ ଉପସ୍ଥିତ ଥିଲେ ।

IEC 2 years
Leave A Reply