Odisha news

ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଚରମ ଅବ୍ୟବସ୍ଥା,ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

0

କେନ୍ଦ୍ରାପଡା, ୧୦/୧୦ – ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଚରମ ଅବ୍ୟବସ୍ଥା ଓ ନିର୍ମାଣ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ୧୫ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସେହି ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀ ନଥିବା ବେଳେ ଜଣେ ନୂତନ ଉପ ଶ୍ରମ ଆୟୁକ୍ତ ଯୋଗଦେଇଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ହେତୁ ଯୋଗଦେଇ ଛୁଟିରେ ଯାଇଛନ୍ତି ।

ସିକ୍ୟୁରିଟି ସଂସ୍ଥାରୁ ୩ଜଣ ଓ ଜଣେ ଡାଟା କୋଅଡିନେଟର କୋଭିଡ ପାଇଁ ଅନୁପସ୍ଥିତ ଅଛନ୍ତି । ଡାଟା ଏଂଟ୍ରି ଅପରେଟର,୨ଜଣ ଗ୍ରାମ୍ୟ ନିରୀକ୍ଷକ ତିନୋଟି ଲେଖାଁଏ ବ୍ଲକ ଦାୟୀତ୍ୱରେ ଥିବାରୁ ୧୫ଶହ ଟଙ୍କାର କୋଭିଡ ସହାୟତା ୮ମାସ ହେବ ଶ୍ରମିକମାନଙ୍କୁ ମିଳିପାରି ନାହିଁ,୫ବର୍ଷ ହେବ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟସେବା ସାହାଯ୍ୟ ମିଳିନାହିଁ ଯାହା ଫଳରେ ସାହାଯ୍ୟକୁ ଚାହିଁ ଦୁରାରୋଗରେ ପିଡିତ କେତେକ ଶ୍ରମିକ ମୃତ୍ୟୁବରଣ କରିସାରିଲେଣି । ଗତ ୨୦୧୭ରୁ ମୃତ୍ୟୁକାଳିନ ସହାୟତା ପ୍ରଦାନ କରାନଯାଇ କେତେକ କ୍ଷେତ୍ରରେ ୨୦୧୯ମସିହାର ମୃତ୍ୟୁକାଳିନ ସହାୟତା ପ୍ରଦାନ କରାଯାଇଛି ।

ନିର୍ମାଣ ଶ୍ରମିକ ପିଲାମାନଙ୍କୁ ଶିକ୍ଷା ସହାୟତା ଗତ ୨୦୧୮ମସିହାରୁ ଏଯାବତ ପ୍ରଦାନ କରାନଯିବା,ଝିଅ ବିବାହ ସହାୟତା ପ୍ରଦାନ କରାନଯିବା,ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ବର୍ଷ ବର୍ଷ ଧରି ଦରଖାସ୍ତ କରି ମଧ୍ୟ ପରିଚୟପତ୍ର ପ୍ରଦାନ କରାନଯିବା,କୋଭିଡ ଆଳରେ କାର୍ଯ୍ୟାଳୟକୁ ତାଲା ପକାଇବା,ପଞ୍ଜିକରଣ ପାଇଁ ପ୍ରଦାନ ଶହ ଶହ ଦରଖାସ୍ତକୁ ବିଭିନ୍ନ ଆଳରେ ଖାରଜ କରାଯିବା,୨୦୧୮ ମସିହାରୁ ନିର୍ମାଣ ଶ୍ରମିକମାନଙ୍କୁ ସାଇକେଲ ଓ ଯନ୍ତ୍ରପାତି ପ୍ରଦାନ କରାନଯିବା,ସାମାନ୍ୟ ସଂଶୋଧନ ପାଇଁ ବର୍ଷ ବର୍ଷ ଧରି ଶ୍ରମିକମାନଙ୍କୁ ଦୈାଡାଇବା,ଶ୍ରମ କାର୍ଯ୍ୟାଳୟରେ ବସିବା ଓ ପିଇବା ପାଣିର ବ୍ୟବସ୍ଥା କରାନଯିବା ପ୍ରଭୃତି ୧୫ଦଫା ଦାବୀ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରର ନକଲ ଶ୍ରମ ଆୟୁକ୍ତ ଓ ଶ୍ରମ ସଚୀବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି ।

Nalco
Leave A Reply