Odisha news

କଳପଡା ପଂଚାୟତର କଂଗ୍ରେସ କର୍ମୀ ମିଶିଲେ ବିଜେପିରେ

0

କେନ୍ଦ୍ରାପଡା,୨୯/୯(ରବୀନ୍ଦ୍ର ଦାଶ ) :  – ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ କର୍ମୀ ବିଜପେିରେ ମିଶିଥିବା ଜଣାପଡିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ପଂଚାୟତର କେତେକ କଂଗ୍ରେସ କର୍ମୀ ସୋମବାର ଏକ ଉସôବରେ ବିଜେପିରେ ମିଶିଛନ୍ତି ।

କଳପଡା ପଂଚାୟତର ନିର୍ମଳ କୁମାର ନାୟକ, ନାରାୟଣ ପ୍ରଧାନ, ପ୍ରକାଶ ସାମଲ, ଦିପକ ମହାନ୍ତି ପ୍ରମୁଖ ଜିଲ୍ଲା ସଭାପତି କିଶୋର ପଣ୍ଡା ଓ ସୁନାକର ବେହେରାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି ।

ବିଜେପି ଜୋନ ସଭାପତି ଉମାକାନ୍ତ ନାୟକ , ଜିଲ୍ଲା ଉପ ସଭାପତି ଉପିନ ରାଉତ, ଜିଲ୍ଲା ଆଇ.ଟି ସଂଜଯୋକ ତଥା ଯୁବନେତା ଅଭିମନୁ୍ୟ ଗୋଛାୟତ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଲଲାଟ କେଶରୀ ସାମଲ ପ୍ରମୁଖ ଉପସ୍ଥିତ ହୋଇ ଏହି ଯୁବ ନେତାଙ୍କ ବିଜେପିରେ ମିଶ୍ରଣ ଯୋଗୁଁ ଏହି ଅଂଚଳରେ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ମନ୍ତବ୍ୟ ଦେଇଛନ୍ତି ।

 

Nalco
Leave A Reply