କେନ୍ଦ୍ରାପଡା , ୧୫/୯(ରବୀନ୍ଦ୍ର ଦାଶ ) -ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାଳୁଅ ଧାନଚାଷ ପାଇଁ ଋଣ, ବୀହନ ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ଲଘୁଚାପ ବର୍ଷା ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ବନ୍ୟା,ବେଣୀପୁର ଘାଇ ଦ୍ୱାରା ଜମିରେ ମାସାଧିକ କାଳ ପାଣି ଜମି ରହିବା ଫଳରେ ଧାନ ପଚିଯାଇଛି ।

ଡେରାବିଶି ବ୍ଲକର ସେକ ପାଟଣା, ବଡମଙ୍ଗରାଜପୁର, ବାଲିପାଟଣା , ନୂଆଗାଁ ସମେତ ଜିଲ୍ଲାର ଅନ୍ୟ ଅଂଚଳରେ ଟାଇଚୁନ ଚାଷ ପାଇଁ ବୀହନ, ସାର, ଔଷଧ ସହିତ ଚାଷୀମାନଙ୍କୁ ଋଣ ଯୋଗାଇ ଦେବାକୁ ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅନିରୁଦ୍ଧ ବେହେରା, ଦୁର୍ଗାପ୍ରସାଦ ବେହେରା, ଗୁରୁଚରଣ ବେହେରା, ଚିନ୍ମୟ ବେହେରା, ଅଜୟ କୁମାର ପରିଡା, ସୁରେଶ ମଳିକ, ଟିଟୁ ମଳିକ, ବସନ୍ତ ପରିଡା, ବୈରାଗୀ ମଳିକ, ନୃସିଂହ ମଳିକ, ଅଜୟ ମଳିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here