କେନ୍ଦ୍ରାପଡା ୧୫/୯ (ରବୀନ୍ଦ୍ର ଦାଶ ) :- କେନ୍ଦ୍ରାପଡା ଜିଲ୍ଲାକୁ ଆଜି ସୁଦ୍ଧା ରାଜ୍ୟ ବାହାରୁ ୬୦ହଜାର ୧୩୯ ଜଣ ପ୍ରବାସୀ ଆସିଛନ୍ତି । ଆଜି ଆସିଥିବା ୮୪ଜଣ ପ୍ରବାସୀଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ତେବେ ଆଜି ୭୫ଜଣ କରୋନା ସଂକମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଜିଲ୍ଲାରେ ମୋଟ ୩୩୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେଥି ମଧ୍ୟରୁ ୨୧୫୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୫୫ ଜଣ ସଂକ୍ରମିତ ଚିକିସôାଧିନ ଅଛନ୍ତି ଏବଂ ୪ଜଣ ମୃତୁ୍ୟ ବରଣ କରିଛନ୍ତି । ଆଜି ଆସିଥିବା ୮୪ଜଣ ପ୍ରବାସୀଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୮, ପଟ୍ଟାଦମୁଣ୍ଡାଇ ବ୍ଲକର ୩୨, କେନ୍ଦ୍ରାପଡା ପୈାରାଚଂଳର ୧୮, ମାର୍ଶାଘାଇ ବ୍ଲକର ୧୭, ରାଜନଗର ବ୍ଲକର ୩ ଓ ରାଜକନିକା ବ୍ଲକର ୬ ଜଣ ଅଛନ୍ତି ।

LEAVE A REPLY

Please enter your comment!
Please enter your name here