କେନ୍ଦ୍ରାପଡା , ୧୨/୯ ( ରବୀନ୍ଦ୍ର ଦାଶ ) -ଓଡିଶା ସରକାରଙ୍କ ପ୍ରସ୍ତାବିତ ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ ୧୯୮୯ ଓ ରେଭେନସା ବିଶ୍ୱ ବିଦ୍ୟାଳୟ ଆଇନ -୨୦୦୫ ପ୍ରତ୍ୟାହାର ଏବଂ ବିଶ୍ୱ ବିଦ୍ୟାଳୟ ଗୁଡିକର ସ୍ୱାୟତତା କ୍ଷୂର୍ଣ୍ଣ କରିବାର ସମ୍ଭାବନା ଥିବାରୁ ଭାରତୀୟ ଜନତା ଯୁବମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦିଲ୍ଲିପ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚାର କର୍ମୀମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରିଥିଲେ ।

ଏହି ଅବସରରେ ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଏହି ଅଧିନିୟମ ଶିକ୍ଷା କ୍ଷେତ୍ରରେ ରାଜନୀତିକରଣ ଓ ଅମଲାତନ୍ତ୍ରୀକରଣ ଦ୍ୱାରା ବିଶ୍ୱ ବିଦ୍ୟାଳୟର କୁଳପତି ଏବଂ ଶିକ୍ଷା ବିଭାଗର ମର୍ଯ୍ୟାଦା ହାନୀ ହେବା ସହ ରାଜନେତା ଓ ସରକାରୀ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ,ପାଠ୍ୟକ୍ରମରେ ନାନା ପ୍ରକାର ପ୍ରିୟାପିତୀ ତୋଷଣ ହେବାର ସମ୍ଭାବନା ସୃଷ୍ଟି ହେବ ।

ତେଣୁ ଏଭଳି ସଂଶୋଧିତ ଅଧିନିୟମକୁ ପ୍ରତ୍ୟାହାର କରାଯାଉ ନଚେତ ଯୁବମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି କହିଥିଲେ । ଏହି ବିକ୍ଷୋଭରେ ଯୁବନେତା ଅଭିମନୁ୍ୟ ଗୋଛାୟତ, ଦିଲ୍ଲିପ ଦାସ, ବିନ୍ଦୁସାଗର ଦାସ, ମୁକ୍ତିକାନ୍ତ ସ୍ୱାଇଁ, ସୁଦାମ ବାରିକ, ପ୍ରଶାନ୍ତ ସେଠୀ, ଜ୍ଞାନରଞ୍ଜନ ପ୍ରଧାନ, ବାସୁଦେବ ତ୍ରିପାଠୀ, ସନ୍ଦୀପନୀ ଆର୍ଯ୍ୟକୁମାର, ଅବିନାଶ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here