Odisha news

+୨କଳା ଟପରଙ୍କୁ ସମ୍ବର୍ଦ୍ଧନା, ଆଇ.ଏ.ଏସ.ହୋଇ ଦୁର୍ନିତୀର ମୂଳତ୍ପାଟନ କରିବି : ଶୁଭମ

0

କେନ୍ଦ୍ରାପଡା ,୮/୯- ଆଇ.ଏ.ଏସ. ହୋଇ ଦେଶ ସେବା କରିବି । ସମାଜର ଗରୀବ ଲୋକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ପ୍ରାଥମିକତା ଦେବା ସହ ଦୁର୍ନିତୀର ମୂଳତ୍ପାଟନ କରିବି ବୋଲି ସହରର କଲେଜଛକସ୍ଥିତ ବେଦିକ ଆର୍ଟସ ପଏଂଟ ପକ୍ଷରୁ ଆୟୋଜିତ +୨ କଳା ଟପରଙ୍କୁ ସମ୍ବର୍ଦ୍ଧନା ଉସôବରେ ଜିଲ୍ଲାରେ +୨ କଳାରେ ଟପର ହୋଇଥିବା କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟର ଛାତ୍ର ଶୁଭମ ଶେଖର ବେହେରା କହିଛନ୍ତି ।

ଏହି ଉପଲକ୍ଷେ ବେଦିକ ଆର୍ଟସ ପଏଂଟ କୋଚିଂ ସେଂଟର ପରିସରରେ ସମ୍ପାଦକ ତ୍ରିଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ଅଧ୍ୟାପକ ଓ ସମାଜସେବୀ ଦିଲ୍ଲିପ କୁମାର ଦାସ ଯୋଗଦେଇ ଏହି କୋଚିଂ ସେଂଟରରେ କୋଚିଂ ନେଉଥିବା ଛାତ୍ରଛାତ୍ରୀ ଚଳିତ +୨ କଳା ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭମ ଶେଖର ବେହେରା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପରମାନନ୍ଦ ବେହେରା ଓ ଛାତ୍ରୀ ସ୍ମୃତିପ୍ରଭା ଦାସଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏଥିସହିତ ସେମାନଙ୍କର ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଚିଂ ସେଂଟର ଶିକ୍ଷା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ଦାସ,ଅଧ୍ୟାପକ ମୃତୁ୍ୟଞ୍ଜୟ ମହାନ୍ତି,ରାକେଶ କୁମାର ସାହୁ,ସମାଜବିଜ୍ଞାନ ବିଭାଗ ଅଧ୍ୟାପକ ଡଃ. ହିମାଂଶୁ ପରିଡା ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

Leave A Reply