Odisha news

ସଠିକ ଆକଳନ କରାଯାଇ ଚାଷୀଙ୍କୁ ମିଳୁ କ୍ଷତି ପୂରଣ: ଜନସେବା ସଂଗଠନ

0

କେନ୍ଦ୍ରାପଡା : ଅମ୍ପାନ ବାତ୍ୟା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ କ୍ଷୟକ୍ଷତିର ସଂକ୍ଷୀପ ଆକଳନ କରାଯାଇ ଚାଷୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ଜନସେବା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି ଓଡିଶା ରାଜ୍ୟ ଜନସେବା ସଂଗଠନର ସଭାପତି ସୋଭନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ସଂଗଠନର ସଭ୍ୟମାନେ ଡେରାବିଶ ବ୍ଲକର କିଛି ଅଂଚଳ ଗ୍ରସ୍ତ କରି ଅମ୍ପାନ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ

ଅଦିନିଆ ବର୍ଷାରେ ଚାଷୀ ମାନଙ୍କ ରବି ଫସଲ ନଷ୍ଟ ହୋଇଥିବା ବେଳେ ଅମ୍ପାନ ବାତ୍ୟା ଚାଷୀ ମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଗତ ଫନି ବାତ୍ୟାର କ୍ଷତି ପୂରଣ ଚାଷି ମାନଙ୍କୁ ମିଳି ନଥିବା ବେଳେ ଅମ୍ପାନ ବାତ୍ୟାର କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବାକୁ ବିକାଶ ସ୍ୱାଇଁ, ରଶ୍ମି ରଞ୍ଜନ ସ୍ୱାଇଁ, କେଶବ ମିଶ୍ର, ବିନୟ ଭୂଷଣ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି

Leave A Reply