Odisha news

ଜଳ ନିଷ୍କାସନ ନହେବାରୁ ଖରିଫ ଫସଲ କ୍ଷୟକ୍ଷତି ଷରଭବ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ପାଟନାଳୀ ହାତିଆ ଡ୍ରେନେଜ କଟରେ ଉଦବୃତ ବର୍ଷାଜଳ ନିଷ୍କାସନ ହେଉନଥିବାରୁ ଏହି ପଂଚାୟତର ଶତାଧିକ ଏକର ଚାଷଜମିରେ ଖରିଫ ଫସଲ ନଷ୍ଟ ହେବାକୁ ବସିଛି । ଏ ନେଇ ଶ୍ୟାମସୁନ୍ଦରପୁର ପଂଚାୟତର ଚାଷୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଶ୍ୟାମସୁନ୍ଦରପୁର ଏନ.ଏଚ. ଛକଠାରୁ ଗୋପଛକ ମଧ୍ୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଉଦବୃତ ବର୍ଷାଜଳ ଜମି ରହିଛି ।

ଏହି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ପାଇଁ ସଂପୃକ୍ତ କତୃପକ୍ଷ ନାଳ ରଖିଥିବା ବେଳେ କେତେକ ଜମି ମାଫିଆ ସେହି ରାସ୍ତା କଡରେ ଚାଷଜମି କିଣି ପ୍ଲଟିଂ କରି ବିକ୍ରୀ କରୁଥିବା ସହ ଜଳ ନିଷ୍କାସନ ପଥକୁ ଜୋରଜବରଦସ୍ତି ପୋତି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଚାଷ ଜମିରେ ବର୍ଷା ଜଳ ଜମିରହି ଖରିଫ ଫସଲକୁ ସଂପୂର୍ଣ୍ଣ ନଷ୍ଟ କରିଦେବା ପରିସ୍ଥିତି ଉପୁଜିଲାଣି ।

ଏଣୁ ଚାଷୀମାନଙ୍କ ସମସ୍ୟା ପ୍ରତି ଉଚିତ ଧ୍ୟାନଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ଚାଷୀମାନଙ୍କ ପକ୍ଷରୁ ଦୈତାରୀ ଜେନା, ସୈାରି ଚରଣ ଦାସ, ରାଜ କୁମାର ଦାସ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ମହେଶ୍ୱର ସେଠୀ, ନିରଞ୍ଜନ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply