Odisha news

କରୋନା ରିଲିଫ୍ ଟଙ୍କା ଜିଲ୍ଲାରେ ମିଳୁ ନଥିବାରୁ ଶ୍ରମ ଦପ୍ତର ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କରୋନା ରିଲିଫ୍ ଟଙ୍କା କେନ୍ଦ୍ରାପଡା ଜିଲ୍ଲାରେ ମିଳୁ ନଥିବାରୁ ନିର୍ମାଣ ଶ୍ରମିକ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ଗତ ମାର୍ଚ୍ଚ ମାସରେ ଓଡିଶାର ମୁଖ୍ୟମନ୍ତ୍ରୀ କରୋନା ରିଲଫ ପାଇଁ ରାଜ୍ୟର ପ୍ରାୟ ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା ଆର୍ଥିକ ସାହାଯ୍ୟ ଦେବା ପାଇଁ ଘୋଷଣା କରିଥିଲେ । ଆମ ଜିଲ୍ଲାରେ ଥିବା ପ୍ରାୟ ୩୦ ହଜାର ନିର୍ମାଣ ଶ୍ରମିକ ବ୍ଲକ୍ ଓ ଜିଲ୍ଲା ଶ୍ରମ ଦପ୍ତର ଦୌଡି ଦୌଡି ନିରାଶ ହୋଇ ଗଲେଣି । ଜିଲ୍ଲା ପ୍ରଶାସନ ଏନେଇ କୈାଣସି ପଦକ୍ଷପ ନେଉନି । ଜିଲ୍ଲା ଶ୍ରମ ଦପ୍ତର ି ରିଲଫ ପାଇନଥିବା ନିର୍ମାଣ ଶ୍ରମିକମାନଙ୍କୁ ଏହା ପ୍ରଦାନ କରିବା ପାଇଁ ନିର୍ମାଣ ଶ୍ରମିକମାନେ ଦାବି କରିଥିଲେ । ସେହିପରି ସାଇକେଲ ଓ ଯନ୍ତ୍ରପାତି କ୍ରୟ ବାବଦକୁ ୨୦୧୬ ମସିହାରୁ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ନକରି ଜିଲ୍ଲା ଶ୍ରମ ବିଭାଗ ସେମାନଙ୍କୁ ଭୁତାଇ ଚାଲିଛନ୍ତି ।

୨୦୧୭ ମସିହାରୁ ଟ୍ରେନିଂ ସାରିଥିବା ପ୍ରାୟ ୬ ହଜାର ନିର୍ମାଣ ଶ୍ରମିକ ସେମାନଙ୍କର “ଲସ୍ ଅଫ୍ ୱେଜ୍” ବାବଦକୁ ୩୦୦୦ଟଙ୍କା ପାଇନାହାଁନ୍ତି । ଶ୍ରମିକଙ୍କ ମୃତୁ୍ୟ କାଳୀନ ସହାୟତା ଯଦିଓ ୬୦ ଦିନରେ ମିଳିବା କଥା, କିନ୍ତୁ ଜିଲ୍ଲାରେ ୨/୩ ବର୍ଷ ହେବ ନିର୍ମାଣ ଶ୍ରମିକ ହିତାଧିକାରୀ ଆବେଦନ କରି ନିରାଶ ହୋଇଛନ୍ତି । ଗତ ଜୁନ୍ ମାସରୁ ଜିଲ୍ଲା ଶ୍ରମ ଦପ୍ତରରେ ନିୟମିତ ଜିଲ୍ଲା ଶ୍ରମ ଅଧିକାରୀ ଓ ସହଯୋଗୀ ଶ୍ରମ ଅଧିକାରୀ ପଦବୀ ଖାଲି ପଡିଥିବାରୁ ଡାଟା ଏଣ୍ଟ୍ରି ଅପରେଟ୍ର ମାନେ ଅଫିସ ଚଳାଉଛନ୍ତି । ଓଡିଶା କନ୍ଷ୍ଟ୍ରକସନ୍ ୱାର୍କରସ ୟୁନିୟନ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଶ୍ରମ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆଜି ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ଜିଲ୍ଲା ସଭାପତି, ଧନେଶ୍ୱର ରାଉତ, ସଂପାଦକ, ଅଜିତ ପରିଡା, ଜଗତ୍ ଜୀବନ ଦାସ, ଅର୍ଜୁନ ସାହୁ, ନିରାକାର ସାହୁ, ସୁଷମା ପଣ୍ଡା, ଅଶୋକ ନାଥ, ଅଜୟ ରାଉତ, ବିଜୟ ମଳିକ, କରୁଣାକର ମାଝୀ, ସୁଶାନ୍ତ ଦାସ, ସୁରେନ୍ଦ୍ର ରାଉତ, ସତ୍ୟ ରାଉତ, ମାଧବ ଦାସ, ରବିନ୍ଦ୍ର ମହାକୁଡ, ଅସିତ୍ ମିର୍ଦ୍ଧା, ଗୌତମ ମଣ୍ଡଳ, ରାଜେଶ ଖିଲାର, ସ୍ନେହଲତା ମଳିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 

Leave A Reply