କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକ ଅଧିନ ବାରୋ ଗ୍ରାମ ପଂଚାୟତର ନିଳିକଣା ଗ୍ରାମର ଗ୍ରାମବାସୀ ମାନେ ସ୍କୁଲ ମିଶ୍ରଣ ବିରୋଧରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ନିଳିକଣା ଗ୍ରାମରେ ଥିବା ପୁରାତନ ସ୍କୁଲକୁ ଉଠାଇ ନେଇ କଳାଗ୍ରାମ ର କଳାମାଟିଆ ସ୍କୁଲ ସହିତ ମିଶାଇବାକୁ ଉଦ୍ୟମ କରାଯାଉଛି । ଯାହାକି, ନିଳିକଣା ଠାରୁ ପ୍ରାୟ ଦେଢ କିମି ଦୂରରେ ଅବସ୍ଥିତ । ଛୋଟ ପିଲାମାନେ ଏତେ ଦୂର ଯାଇ ପାଠ ପଢିବା ସେମାନଙ୍କ ପକ୍ଷେ ବିପଦ ଜନକ ହେବ ।
ଅନ୍ୟ କେତେକ ବ୍ୟକ୍ତି କଂସାର ପଂଚାୟତର କୋରଡ ଗାଁ ସ୍କୁଲରେ ଏହି ସ୍କୁଲକୁ ମିଶାଇବାକୁ ଚକ୍ରାନ୍ତ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ନିଳିକଣା ଗ୍ରାମର ପିଲାମାନେ ନଦୀପାର ହୋଇ କଂସାର କୋରଡ ଗ୍ରାମକୁ ଯିବା ଅସମ୍ଭବ ହେବ । ଏଣୁ ନିଳିକଣା ଗ୍ରାମ ସ୍କୁଲକୁ ନିଳିକଣା ଗ୍ରାମରେ ରଖିବା ପାଇଁ ଗ୍ରାମର ଅରୁଣୀ ପ୍ରଦାନ, ଭାରତୀ ବେହେରା, ପ୍ରମୋଦ କୁମାର ପ୍ରଧାନ, ଧନେଶ୍ୱର ବେହେରା, ରମେଶ ପ୍ରଧାନ ଓ ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
